STORYMIRROR

Ranjita Das

Fantasy

3  

Ranjita Das

Fantasy

ଧୂପ

ଧୂପ

1 min
356

ସକାଳ ପୂଜାରେ ଲୋଡ଼ା ମୁଁ ,

ସଞ୍ଜ ଗଡ଼ିଗଲେ ଲୋଡ଼ା |

ସଂକ୍ରାନ୍ତି ପୁନେଇଁ ପରବରେ 

ଲୋଡ଼ା ମୁଁ ହେଲି ,

ପୁଣି ଦଶାହ ତୁଠରେ ଲୋଡ଼ା |


ମଶାଣି ପଡିଆରେ ଖୋଜା ପଡେ ମତେ,

ପୁଣି ଆଳତୀରେ ଲୋଡ଼ା ମୁଁ |

ଘର ପ୍ରତିଷ୍ଠାରେ ଦରକାର ହୁଏ ମୁଁ ,

ସବୁ ଯାନିଯାତରେ ମୁଁ ଲୋଡ଼ା |


ବିଦେଶରୁ ଦେଶ ,ଦେଶରୁ ଗାଁ 

ସବୁଠି ମୋ ଆବେଗ ,

ସଭିଙ୍କ ପ୍ରଶଂସାର ପାତ୍ର ମୁଁ ଯେ ହେଲି 

ମୋ ବାସ୍ନାରେ ମହକିଲା ଚାରୁଦିଗ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy