ଧର୍ମର ସର୍ବଦା ହୁଏ ଜୟ
ଧର୍ମର ସର୍ବଦା ହୁଏ ଜୟ
ନର ଜନମ ତ ଶ୍ରେଷ୍ଠ
ସୃଷ୍ଟିର ଅବଦାନ
ଶରୀରେ ରହିବ ପିପାସାର
ଅଂଶ ମାନ l୧l
ପିପାସାରେ ନର ଅଵିଵେକୀ
ହୋଇଥାନ୍ତି
ସମାଜେ ନାନା ଅପକର୍ମ କରି
ନିନ୍ଦିତ ହୁଅନ୍ତି l୨l
ଅନ୍ୟାୟ ଅନୀତି ଅଧର୍ମ ଏଇ
ମଣିଷ କରୁଛି
ସମାଜର ପରିବେଶ ବିଭିନ୍ନ ବାଟେ
ଧ୍ବଂସ ହେଉଛି l୩l
ସ୍ୱାର୍ଥ ପାଇଁ ମଣିଷତ୍ୱର ସଂସ୍କାର
ଚୁଲିକି ଯାଉଛି
ଅତୀତ ଗୌରବ ସବୁ ଭୁଲି
ସଂସାରକୁ ଭାଙ୍ଗୁଛି l୪l
ଜାଣୁନି ଗର୍ବ ଅହଙ୍କାରେ ବିସ୍ଫୋଟକ
ପରିସ୍ଥିତି ହେବ
ଅଧର୍ମରେ ସୁଖ କ୍ଷଣସ୍ଥାୟୀ ଦୁଃଖ
କଷଣ ଲଭିବ l୫l
ସମୟ ଆଉ ଫେରିବନି ଭାବିବା
ମୂର୍ଖାମୀର ପରିଚୟ
ଯୁଗେ ଯୁଗେ ଅଧର୍ମ ବିନାଶ ହୁଏ
ଧର୍ମର ସର୍ବଦା ହୁଏ ଜୟ l୬l
