STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଧର୍ମର ସର୍ବଦା ହୁଏ ଜୟ

ଧର୍ମର ସର୍ବଦା ହୁଏ ଜୟ

1 min
991

ନର ଜନମ ତ ଶ୍ରେଷ୍ଠ 

ସୃଷ୍ଟିର ଅବଦାନ

ଶରୀରେ ରହିବ ପିପାସାର 

ଅଂଶ ମାନ l୧l


ପିପାସାରେ ନର ଅଵିଵେକୀ 

ହୋଇଥାନ୍ତି 

ସମାଜେ ନାନା ଅପକର୍ମ କରି 

ନିନ୍ଦିତ ହୁଅନ୍ତି l୨l


ଅନ୍ୟାୟ ଅନୀତି ଅଧର୍ମ ଏଇ 

ମଣିଷ କରୁଛି

ସମାଜର ପରିବେଶ ବିଭିନ୍ନ ବାଟେ 

ଧ୍ବଂସ ହେଉଛି l୩l


ସ୍ୱାର୍ଥ ପାଇଁ ମଣିଷତ୍ୱର ସଂସ୍କାର 

ଚୁଲିକି ଯାଉଛି

ଅତୀତ ଗୌରବ ସବୁ ଭୁଲି 

ସଂସାରକୁ ଭାଙ୍ଗୁଛି l୪l


ଜାଣୁନି ଗର୍ବ ଅହଙ୍କାରେ ବିସ୍ଫୋଟକ 

ପରିସ୍ଥିତି ହେବ 

ଅଧର୍ମରେ ସୁଖ କ୍ଷଣସ୍ଥାୟୀ ଦୁଃଖ 

କଷଣ ଲଭିବ l୫l


ସମୟ ଆଉ ଫେରିବନି ଭାବିବା 

ମୂର୍ଖାମୀର ପରିଚୟ

ଯୁଗେ ଯୁଗେ ଅଧର୍ମ ବିନାଶ ହୁଏ 

ଧର୍ମର ସର୍ବଦା ହୁଏ ଜୟ l୬l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational