STORYMIRROR

Bharatabandhu Biswal

Tragedy Crime Inspirational

4  

Bharatabandhu Biswal

Tragedy Crime Inspirational

ଧରମ ରାଇଜେ ପାପ ରାଜୁତି

ଧରମ ରାଇଜେ ପାପ ରାଜୁତି

1 min
286


ଅରଣା ମଇଁଷି ଆଜିର ମଣିଷ

ମାନୁନାହିଁ ଧର୍ମ ସମାଜ ନୀତି ,

ସ୍ବାର୍ଥ ବ୍ଯଭୀଚାରେ ବଳାଉଛି ମତି

ବିନାଶ ପଥରେ କରୁଛି ଗତି ।


ବ୍ୟାପୁଛି ଦୁର୍ନୀତି ମିଥ୍ଯା ଭ୍ରଷ୍ଟାଚାର 

ଅର୍ଥ କ୍ଷମତାର ଘୋଡା ଦଉଡ ,

ବଢାଏ ଦୌଲତ ଧନ କଳାପୁଞ୍ଜି

ନିର୍ଭୟେ ଦୁର୍ଜନ କଳାପାହାଡ ।


ଅଜ୍ଞାନ ଅଶିକ୍ଷା ତିମିରେ ସଢନ୍ତି

ପୋକମାଛି ପରି ବଞ୍ଚେ ନିରୀହ, 

ମୁଣ୍ଡ ଝାଳ ତୁଣ୍ଡେ ମାରିଲେ ବିଚରା

ଶୁଖେ ନାହିଁ ଦୁଃଖୀ ଆଖିର ଲୁହ ।


ବୁଦ୍ଧି ବିଦ୍ଯା ଜ୍ଞାନ ଶିକ୍ଷା ବାଟବଣା

ହୁଅଇ ବିଅର୍ଥ ଅପପ୍ରୟୋଗ ,

ହରିଲୁଟ ହୁଏ ଦିନ ଦ୍ବିପ୍ରହରେ

ସାଧାରଣ ହୁଏ ଦୀନ ଦରିଦ୍ର ।


ଅଲାଜୁକ ଭଣ୍ଡ ବଖାଣନ୍ତି ଜ୍ଞାନ 

ପ୍ରବଳ ପାଷାଣ୍ଡ ପଶୁ ପ୍ରବୃତ୍ତି ,

ହାରି ଯାଉଅଛି ମଣିଷ ପଣିଆ 

ଧରମ ରାଇଜେ ପାପ ରାଜୁତି ।


Rate this content
Log in

Similar oriya poem from Tragedy