Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଧରମ ଛଡା

ଧରମ ଛଡା

1 min
196



ଧରାରେ ଧରମ    ଧସେଇ ପଶୁଛି

     ଧର୍ମ ମାସ କାର୍ତ୍ତିକରେ

ଧରମ ଛଡାଏ    ଧରମ ନାଆଁରେ 

     ଧରନ୍ତି ବାନା ହାତରେ

   ଧଳା, ରାମାନନ୍ଦି ମସ୍ତକରେ

ଧୂର୍ତ୍ତ ସଜ ହୁଏ    ବିରାଡ଼ି ବୈଷ୍ଣବେ

     ଧି ଶକ୍ତି ହରାଇ ନୀରେ ।।

ଧୂପ ଦୀପ କେତେ ଧରିଛି ସେ ହାତେ

     ଧେଣ୍ଡୁରା ପିଟେ ମୁଁ ଭକ୍ତ

ଧରମର ମାସେ    ଧର୍ମ କରି ବସେ 

     ଧୋଇନି ଆମିଷ ଗନ୍ଧ

    ଧର୍ମ, ନାମରେ ବାନ୍ଧୁଛି ବନ୍ଧ

ଧୋବ ଧାଉଳିଆ   ଧରମ ଧୋଇଆ

      ସଞ୍ଜକୁ ପିଉଛି ମଦ ।।

ଧର୍ମ ଛଡ଼ା ପାଳେ   ଧରମ ମାସରେ

     ଘରେ କୁକୁଡ଼ା ଓ ଛେଳି

ଧରମ ଶେଷରେ  ଛାଡ ଖାଇ ବାରେ

     ଧରି ପକାଏ ସେ ବଳି

   ଧନ, ଲହ ଲହ ଜିହ୍ୱା କରି

ଧଣ୍ଡ ସାପ ଭଳି   ଲୁଣି ବେଙ୍ଗ ଗିଳି

     ଧର୍ମକୁ ଯାଏ ପାଶୋରି ।।

ଧରମା ଛାଡୁଛି     ଧରମ ଡଙ୍ଗାଟି

     ଧୁଉ ଧୁଉ ଶୀତଟାରେ

ଧୋବଲା କସରା   ଗଞ୍ଜାରୁ ଦୁଇଟା

      ଧରି ପାଳିଅଛି ଘରେ

    ଧଳା, ନାଲି ପାଣି ତା ସାଥିରେ

ଧର୍ମେ ଅଚିକିରା   ପାଟି ମାସ ସାରା

     ଛଡାଇବ ଚାଖଣାରେ ।।

ଧରମ କିରତି     ଯାଏ ଡୁବି ଡୁବି

     ଧଇଁ ସଇଁ ହୁଏ ସାରା

ଧମନୀ ଶୋଣିତ    ଅଧର୍ମ ଗଠିତ

       ଧର୍ମକ୍ଷେତ୍ର ହୁଏ ମାରା

   ଧର୍ମେ, ଧର୍ମ ପରାୟଣ ପରା

ଧନୁର୍ଦ୍ଧାରୀ ହୋଇ    ଧନୁକୁ ପକାଇ

     ଧୂଳିରେ ହୋନ୍ତି ଧୁସୂରା ।।



Rate this content
Log in

Similar oriya poem from Inspirational