STORYMIRROR

Anil kumar Pradhan

Abstract

4  

Anil kumar Pradhan

Abstract

ଧର୍ମ ବିନା ଖାଁ ଖାଁ .......!

ଧର୍ମ ବିନା ଖାଁ ଖାଁ .......!

1 min
173

ବନେ ଉପବନେ ଖୋଜିଲି ସମାଜେ

ଛୁଂଚିମାଛି ପରୀକ୍ଷାରେ

ନପାଇଲି କାଁହୁ ଧର୍ମ ପାଦଚିହ୍ନ

ସଂସାରକୁ ଟାଳିବାରେ ll

ଯଉଠିକୁ ଗଲି ସେଇଠି ଦେଖିଲି

ପାପ ମାୟା କ୍ରୋଧ ଭରା

ଦୁର୍ନୀତିରେ ଖାଲି ବୁଡିଛି ମାନବ

କାନ୍ଦେ ମାଆ ବସୁନ୍ଧରା ll

ଚାରିଆଡେ ଖାଲି ଟଙ୍କା ,ସୁନା ,ରୂପା

ନାରୀର ମାୟା ରଚନା

ଅର୍ଦ୍ଧପାଗଳଟେ ମରିଚିକାପାଶେ

ମଣିଷର ଲୋଭ କମେନା ll

ଇନ୍ଦ୍ରୀୟ ସଂଯମ ହରାଇ ମାନବ

ପଶୁଭଳି କାମକରେ

ପ୍ରିୟ ସୋହଦର ସମ୍ମାନ ଆଦର

ସବୁଭୁଲି କର୍ମ କରେ ll

ଭୋଗବିଳାସରେ ମନକୁ ବଳାଇ

ସମୟ ସ୍ରୋତକୁ କାଟେ

ସତବାଣୀ ପଦଟେ ଶୁଣିବାରେ କର୍ଣ୍ଣ

ବ୍ୟର୍ଥ ବୋଲି ମଣେ ଚିତ୍ତେ ll

ଅଯଥା ଅନ୍ୟାୟ ଅତ୍ୟାଚାରେ ଘାରି

ହେଉଥାଏ ରାତିଦିନ

ସତକଥା ପଦେ ପଚାରିଲେ ସେହି

ଭୁଲିଯାଏ ବାପା ନାମ ll

କାମ କ୍ରୋଧ ଲୋଭ ମୋହ କେତେଦିନ

ଧରମ ଆଡକୁ ଆସ

ଅନ୍ୟାୟ ଦୁର୍ନିତୀ କଳା ଦୁନିଆକୁ

ଛାଡି ଖୋଲାହସ ହସ ll

ହଣା ମରା ଦଙ୍ଗା କରି ହସିଥାଅ

ଛାତିକୁ ଫୁଲାଇ ଗରବେ

ମାନବ ବୁଝିବି ଅବୁଝା ଆଜିସେ

ପାପ ପୁଣ୍ୟ ବିଚାରରେ ll

ଦିନ ଚାଲିଯିବ ବୃଦ୍ଧାବସ୍ଥା ହେବ

ଶେଷରେ ଜଳିବ ଯୂଈ

ମସାଣି ତୋ' ପାଇଁ ଜଗିବସିଥିବ

ନେବା ପାଇଁ ଆପଣେଇ ll

ସେହିଦିନ ତୋର ସରିଯାଇଥିବ

ଧନ ଆଉ ଯଉବନ

ଶରୀର ତୋହର ଧୂଆଁହେବ ଆସି

ମନେକର ସେହି କ୍ଷଣ ll

ଆପଣା ପାଖରେ କିଛି ରହିବନି

ଥିବ ପୁଣ୍ୟ ଆଉ ଧର୍ମ

ଏହିକଥାଟିକୁ ମନରେ ସୁମରି

କରୁଥିବ ନିତି କର୍ମ ll

-ଧର୍ମ ବିନା ଅନ୍ୟଗତି ନାହିଁ -


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract