STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

2  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ଧରା ବିକଳେ ପ୍ରକୃତି ରାଣୀରକ୍ଷୁବ

ଧରା ବିକଳେ ପ୍ରକୃତି ରାଣୀରକ୍ଷୁବ

3 mins
14.3K


.....(ମଙ୍ଗଳେ ଅଇଲା ଉଷା)ବୃତେ...

........ (ରାଗ=ଚୋଖି) .......


ଶୁଣ ଆହେ ସାଧୁଜନ , ମାନ କି ଅବା ନ ମାନ

କାନ୍ଦୁଛି ପ୍ରକୃତି ଆଜି ଧରା ବିକଳେ,

ଧରିଛି ବୋଲି କୋଳରେେ, କେତେ ଅବା ସହି ପାରେ

ଜନ ଜଗତର ଅପକର୍ମକୁ ହେଳେ!

ସ୍ବତଃ ସେ'ତ ଅବ ଚାରିଣି,

ତେଣୁ ଧରା ଧୀରା ଦୁଃଖ ମନରେ ଘେନି;! ୦।

ସଞ୍ଚରି ଷଢ ଋତୁରେ, ବର୍ଷର ବାର ମାସରେ

ପଞ୍ଚ ମହାଭୂତ ମଧ୍ୟେ ସେ'ଯେ କଳ୍ପନା,

ଜୀବଜଗତର ମୈତ୍ରୀ, ସଂସାରର ପ୍ରୀୟ ପାତ୍ରୀ,

ବନ, କାନନ, ସାଗରା, ନଦୀ, ଝରଣା,

ମନ ପ୍ରୀୟା ପ୍ରକୃତି ରାଣୀ,

ମନେ ମାନ ବହେ ଧରା ମନକୁ ଜାଣି .. ୧।

ଏହି ବିଧ୍ବଂସୀ ମାନବ, ତା '' ପ୍ରୀତି କାହୁଁ ପାଇବ

ଧ୍ବଂସ ମୁଖରିତ ଉଚ୍ଚ ଶିକ୍ଷା ବିକାଶେ,

ବିନାଶୀ ବୃକ୍ଷ କାନନ, ଧରା କରି ବିଦାରଣ

ପାହାଡ଼ ପର୍ବତେ ଚୁର୍ଣ୍ଣ ଆତ୍ମା ​​ଲାଳସେ,

ହୁଏ ଅସହ୍ୟ ଧରା ଧୀରା ,!

ପରିବେଶ ବିକୃତିରେ ସଭ୍ୟତା ଭରା .. । ୨।

ଗୋ ମାତାର ହତାଦର, ବେଦ ମନ୍ତ୍ର ତିରସ୍କାର

ମଦ ମାଂସେ ସମାଦର ଭବ୍ୟତା ଘେନି,

ମାନରେ ନାହିଁ ସମ୍ମାନ, ଉଚ୍ଚ ନୀଚ ଭେଦ ଶୁନ୍ୟ

ନିଜକୁ ନିଜେ ବୋଲାନ୍ତି ମହତ ପ୍ରାଣୀ,

ବିଧି ଶୁନ୍ୟ ବିଧାନ ସାଜି,

ସଂସ୍କାରତା ପାଇଁ ଆପେ ଲଗାଏ ବାଜୀ ..: ।୩।

ମାତୃଭାଷାର ସମ୍ମାନ, ମାତୃଭୂମି ଜୟଗାନ

ତୁଛା ଖାଲି ଉଚ ତାନ "ମାନ" ଆଳରେ,

ହଜିଛି ପୁରୁଣା ସ୍ମୃତି, ପୁରାଣ ଗ୍ରନ୍ଥ ପଦ୍ଧତି

ବିଜ୍ଞାନର ଘେନି ଶିଦ୍ଧି ଜ୍ଞାନ ବଳରେ,

ବିଃ'ଜ୍ଞାନ ହେଲେ ପଣ୍ଡିତ,

ଜ୍ଞାନେ ଜ୍ଞାନୀ ହରାଇଲେ ମାନ ମହତ ..:। ୪ ।

ନାରୀ ଶିରୀ ହୀନା ଆଜି, ଶିକ୍ଷିତ ଖ୍ଯାତିରେ ମଜ୍ଜି

କୂଳ ଶୀଳ ଶିଷ୍ଟାଚାର କଲେଣି ଲୋପ,

ମଣିଲେ "କାମିନୀ" କର୍ମା, ଜଗତେ ନୁହେଁ ଅକର୍ମା

ଦେଖାଇଣ ବଡ଼ ପଣେ ଦିକ୍ଷାର ଦର୍ପ,

ଶଙ୍ଖା ସିନ୍ଦୂରକୁ ବରଜି,

ବୀରାଙ୍ଗନା ଏ ଧରାରେ ଅଙ୍ଗନା ଆଜି .. ।୫।

ମତ୍ତ ଭରେ ଜାଗରଣ, ମାନ ହୀନ ଅଭିମାନ

ଆଶା ଘେନି ଅଭିଯାନ ଅନଶନକୁ,

ଧନୀ ସୁଖେ କାଟେ କାଳ, ଗରୀବର ଧୁଳି ଖେଳ

ମଧ୍ୟବିତ୍ତ ହନ୍ତସନ୍ତ ଚଳନୀୟକୁ,

ନ୍ୟାୟ ଲୁଚେ ଅନ୍ୟାୟ ବଳେ,

ନିର୍ଦ୍ଦୋଷୀ ବିଚରା ଦୋଷେ ଫାଶୀରେ ଝୁଲେ .. ।୬।

ନାରୀ ପୁରୁଷେ ସମ୍ମାନ, ଖାଲି ନିଜ ଫୁଲାପଣ

ଚଢି ଶିକ୍ଷା ସଂସ୍କାରର ଉଚ୍ଚ ଆସନ,

ପରିତ୍ୟକ୍ତ କୁଳ ଶୀଳ, ନାହିଁ ଭବ୍ୟତା ବିଚାର

ସ୍ବଭାବ ହୀନେ ଭାବରେ ଶିଦ୍ଧି ବୀହିନ,

କୁଜ୍ଝଟିକା ଆଲୋକ ଜ୍ଞାନେ,

ପଞ୍ଚ ମହାଭୂତେ ଦ୍ବନ୍ଦ ପାଞ୍ଚନ୍ତି ମନ !! ୭।

ଶିଷ୍ଟାଚାର ନଷ୍ଟ ଆଜି, ସ୍ପଷ୍ଟ ଦିବାଲୋକେ ବାଜି

ଧନ ଜୀବନ ଯୌବନେ, ଉତ୍ତାନେ ଜୁରି,

ମହତ ନାହିଁ ରକ୍ତର, ମିଛରେ ଖାଲି ଚାତର

ପର ଶ୍ରୀ "ଦେଖି କାତରେ ରକ୍ତରେ ଖେଳି,

କେତେ ସହିବ ଧରା ଧୀରା,

କଷ୍ଟ ବଳେ କଡ ଲେଉଟାଏ ସେ ପରା..।୮।

ତାର କଷ୍ଟେ ସର୍ବନାଶ, ହେବ ଦିନେ ବିଶ୍ଵ ଧ୍ବଂସ

ଧୂମକେତୁ ବିଭିଷିକା ଭୂମି କମ୍ପନେ,

ହେବ ଅଗ୍ନି ଉଦ୍ଗିରଣ, ତାପେ କମ୍ପିବେ ତପନ

ବାୟୁ ସକାଳେ ବହିବେ ପ୍ରଖର କ୍ଷଣେ।

ଜଳ କୂଳ ହେବ ଉତ୍ତାଳ,

ସେ "ବେଳେ କାମ ଦେବକି" ଏ "ବିଜ୍ଞାନ ବଳେ..।୯।

ପରିବେଶର ସ୍ବଚ୍ଛତା, ହେଲା ଆଜି ପରିତ୍ୟକ୍ତା

ବିଜ୍ଞାନ ଅଗ୍ରଗତିର ଭୂଆଁ ବୁଲାଇ,

କରି କଳ କାରଖାନା, ବାୟୁ ପ୍ରଦୂଷଣ ବିନା

ସାର ବଳେ ଧରା ରସ ସବୁ ଶୋଷଇ,

କୃତ୍ରିମ ପଲ୍ଲବେ ଅଗ୍ରଣୀ,

ଧରଣୀ ଗରଭ ଜଳ ଶୋଷେ ସେ ପୁଣି..।୧୦।

କର ଜ୍ଞାନ ଆହରଣ, ଥାଇ ମାନ ସନମାନ

ପଞ୍ଚ ମହାଭୂତେ କର ସମ ଆଦର,

କର ହେ ବୃକ୍ଷ ରୋପଣ, ପ୍ରକୃତି କହିବ ଧନ୍ଯ

କୃତ୍ରିମକୁ ତେଜି ଭବ୍ୟ କର ବିଚାର,

କ୍ଷମା କରିବେ ସାଧୁଜନ,

ମୁର୍ଖ ପଣେ ନାହିଁ ମୋର ଅଧିକ ଜ୍ଞାନ..।୧୧।

ସଭିଙ୍କୁ ସମ୍ମାନ ଦିଅ, ଶିକ୍ଷାର ମର୍ଯ୍ୟାଦା ପାଅ

ହସିବ ପ୍ରକୃତି ତୁମ କଳା କୃତୀରେ,

ନିଶ୍ଚେଁ ଧରିବ ଧରଣୀ, ପୁତ୍ର ସମ ମନେ ଗୁଣୀ

"ଜୀବଜଗତ" କୁ ଦେଖି ଖୁସି ମନରେ,

ସୁଜ୍ଞ ଜନ ପାଶେ ମୋ ଅଳି,

ଅବଜ୍ଞା ନ ମଣ ହୃଦେ ମୋ ଦୋଷ ନ ଭାଳି .. ।୧୨।

🙏🙏🙏🙏🙏🙏

ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational