STORYMIRROR

Gunanidhi Samal

Classics

3  

Gunanidhi Samal

Classics

ଧୋରେ ବାଇଆ ଧୋ

ଧୋରେ ବାଇଆ ଧୋ

1 min
68

ଧୋରେ ବାଇଆ ଧୋ

ମାସକ୍ ଲଗାଇ ବାହାରକୁ ଯିବୁ

ସାବୁନ ରେ ହାତ ଧୋ,

ବାହାରେ ମାତିଛି କରୋନା ରାକ୍ଷାସୀ

ବାଟ କିଳିଦେଇ ଶୋ.....

ଧୋରେ ବାଇଆ............।

କାଲିଠାରୁ ଧନ କଲେଜକୁ ଆଉ

ଯିବୁନାହିଁ ପାଠ ପଢି

ବାଟ ମଝିଟାରେ ମାମୁ ମାଇଁ ପରା

ଜଗିଛନ୍ତି ଧରି ବାଡ଼ି,

ମନା ନ'ମାନିଲେ ପିଠିରେ ତୋହର

ବାଜିଯିବ ଢୋ ଢୋ....

ଧୋରେ ବାଇଆ...........।

ବିନା କାରଣରେ ବୁଲିଯିବୁ ନାହିଁ

ଚଢି ଦାମିକା ବାଇକ୍

ଭାବିବୁନି କେବେ ଛାଡ଼ିଦେବେ ବୋଲି

ସାଥେ ଥିଲେ ତୋ'ମାଇପି,

ଲକ୍ଡାଉନୁ ତୁ' କାହିଁକି ମାନୁନୁ

ଲଗାଇବେ ଠୋ ଠୋ....

ଧୋରେ ବାଇଆ.............।

ଅସୁସ୍ଥ ହୋଇଲେ ଦୋକାନକୁ ଯିବୁ

ଆଣିବାକୁ ମେଡିସିନି

ମୁଣା ନେଇଯିବୁ ବଜାରୁ ଆଣିବୁ

ତେଲ,ଲୁଣ,ଚାହା,ଚିନି ,

ଚାଲି ଚାଲି ଯିବୁ ପ୍ୟାଣ୍ଟ ଭିତରେ

ନୋହିଲେ ହୋଇବ ସୁ....

ଧୋରେ ବାଇଆ......….....।

ସଟଡାଉନୁ ହୋଇଛି ରେ ଧନ 

ଆମରି ମଙ୍ଗଳ ପାଇଁ

ଡାକ୍ତର, ନର୍ସ, ପୋଲିସ ଖଟନ୍ତି

ପରିବାର ଭୁଲିଯାଇ ,

କରୋନା ହଟିଲେ ଲକ ଖୋଲିବ

ମନକୁ ବୁଝାଇ ଶୋ....

ଧୋରେ ବାଇଆ...........।

ଚାଇନା ସୁନ୍ଦରୀ ଭାରତ ଆସିଛି

ମୁହଁକୁ ରଖିବୁ ଢାଙ୍କି

ଦୂରତା ରଖିକି ଚଳିବୁରେ ଧନ

ହେବୁନାହିଁ ପାଖାପାଖି ,

ଏମିତି ଚଳିଲେ କରୋନା ବେମାରି

ଦେଶରୁ ମାରିବ ଛୁ....

ଧୋରେ ବାଇଆ...........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics