STORYMIRROR

Aishwarya Mishra

Abstract Tragedy Inspirational

3  

Aishwarya Mishra

Abstract Tragedy Inspirational

ଧନ୍ୟବାଦ

ଧନ୍ୟବାଦ

1 min
11.8K


ତୁମେ ଦେଇଥିବା

ସବୁ ସୁଖ-ଦୁଃଖ , ହସ-ଲୁହ

ତୁଳନାରେ ମୁଁ କିଛି 

ଦେଇପାରିନି ତୁମକୁ ,


ଦେବା ପାଇଁ ତ ଇଚ୍ଛା

ବହୁତ କିଛି

କିନ୍ତୁ ତୁମେ ଗ୍ରହଣ କରିବାକୁ

ଅପ୍ରସ୍ତୁତ ଯେ 

ଆଉ ବା କ'ଣ କରିପାରିବି !


ମୁଁ ତ ଛାର ନାରୀଟିଏ ମାତ୍ର

କେତେ ବା ମୋର

ପାରିବାପଣ

ମୁଣ୍ଡରୁ ଓଢଣୀ ଖସିଗଲେ ବି

ସମାଜ ଆଗରେ ମୁଁ ହୋଇଯାଏ

କଳଙ୍କିନୀ, ଦୂରାଚାରିଣୀ


ସେଥିପାଇଁ ବୋଧେ ମୋ 

ଦେବା ନେବାର ପରିଧି ମଧ୍ୟ ସ୍ଵଳ୍ପ

ତୁମେ ଦେଇଥିବା ସବୁ

କଥାକୁ, ବ୍ୟଥାକୁ

ସହଜରେ ସହିନିଏ ବୋଲି 

ମୁଁ ସର୍ବଂସହା


ତେଣୁ ତୁମେ 

ଉଭୟ ଜାଣତ ଓ ଅଜାଣତରେ

ବହୁତ କିଛି ଦେଇଚାଲିଛ ମୋତେ

କିନ୍ତୁ ଏବେ ଆସିଛି ସମୟ

କିଛି ଦେବା ପାଇଁ ତୁମକୁ


ତୁମେ ଅଯାଚିତ ଭାବେ

ଅଜାଡ଼ି ଦେଇଥିବା 

ଅକୁହା ବେଦନା ତଥା 

ଅବ୍ୟକ୍ତ ଅପଶବ୍ଦର 

ପ୍ରତିବଦଳରେ ;


ମୁଁ ଦେଉଛି

ତୁମକୁ କେବଳ ଧନ୍ୟବାଦ

ହୃଦୟର ସହ

ଆନ୍ତରିକ ଧନ୍ୟବାଦ . .. ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract