STORYMIRROR

कार्त्तिक सेठी

Inspirational

2  

कार्त्तिक सेठी

Inspirational

ଧନ୍ୟବାଦ ଠାକୁର

ଧନ୍ୟବାଦ ଠାକୁର

1 min
526


ପ୍ରଣାମ ଘେନ ହେ ପରମ ନିଅନ୍ତା ଏ ବିଶ୍ଵ ନାରୀ ଦିବସେ

କମନୀୟ ମୂର୍ତ୍ତି ଗଢ଼ିଥିବା କୀର୍ତ୍ତି ଅମଳିନ ଭୂପ୍ରଦେଶେ ।।

ସ୍ନେହ ପ୍ରେମ ଧାରା ବୁହାଇ ଚାଲିଛ ତୁମ ସେଇ ମୂର୍ତ୍ତି ଟିରେ

ଭଗ୍ନୀ, ଜାୟା,ମାତା ରୂପେ ହେ ବିଧାତା ଅବତୀର୍ଣ୍ଣ ସଂସାରରେ ।।

ବୋଧଗମ୍ୟ ତାକୁ ଯେ ବୁଝିଛି ୟା'କୁ ତୃତୀୟ ନୟନ ଖୋଲି

କୁତ୍ସା ରଟିବାକୁ ଚାହିଁବନି କେବେ ବନ୍ଦୁଥିବ ପଦ ଖାଲି ।।

ଅମୃତ ଭରିଛ ସ୍ତନରେ ତାହାର ଜଗତ ଯା'ପାଇଁ ପୁଷ୍ଟ

ତ୍ୟାଗ ପୂତ ଯା'ର ଜୀବନ ପ୍ରବାହ କଷ୍ଟ ପିଇ ଦିଏ ଶିଷ୍ଟ ।।

ପୁରୁଷ ପ୍ରଧାନ ସମାଜରେ ଯେବେ ଅବହେଳିତ ଏ ଜାତି

ପ୍ରକୃତ ସମ୍ମାନ କରିଲେ ପ୍ରଦାନ ବିଶ୍ଵେ ଅଙ୍କୁରିବ ଶାନ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational