STORYMIRROR

Sujat Kumar Sahoo

Inspirational Abstract

2  

Sujat Kumar Sahoo

Inspirational Abstract

ଧନ୍ୟଆମ ବିଚାର

ଧନ୍ୟଆମ ବିଚାର

1 min
12.8K


ଧନ୍ୟରେ ଆମେ, 

ଧନ୍ୟ ଆମ ବିଚାର...

ବାଡିମା ଦେଖାଇ, କହି ବୁଲୁଥାଉ,

ଆମେ ଆଧୁନିକା, ଆଧୁନିକ,

ଏହି ଯୁଗର.... !!!

ଆମ ସଂସ୍କୃତି, ଆମ ରୀତି ନୀତି

ଗଲାଣି ସବୁତ, ଚୁଲିକି,

ପଶ୍ଚିମ ଦେଶର, ରୀତିନୀତି ନେଇ,

ଦେଖାଉ ବଡିମା ବୁଲିକି ।

ଯୌଥ ପରିବାର ଭଲ ଲାଗୁ ନାହିଁ,

ଛୋଟ ପରିବାର ପାଇଁ କି.. ।

ନିଜ ଦେଶେ ଆଉ ମନ ମାନୁନାହିଁ,

ପର ଦେଶେ ପଶୁ ଯାଇକି... ।

ଜନମ ଦିନରେ, କେତେ ପିଠା-ପଣା,

ମାଆ କରୁଥିଲା ବସିକି,

ସେ ସମୟ ଆଜି ପୁରୁଣା ହୋଇଛି,

କେକ୍ କାଟୁଛେ ଆଣିକି...।

ଧନ୍ୟରେ ଆମେ, ଧନ୍ୟ ଆମ ଭାବନା

ବଡିମା ଦେଖାଇ, କହି ବୁଲୁଥାଉ,

ଆମେ ଆଧୁନିକ, ଆଧୁନିକା, ।

କଁଅଳ ଆଙ୍ଗୁଠି ଧରି ଦିନେ ଯିଏ,

ଚାଲିବା ଶିଖାଇଥିଲା.....

ପଶ୍ଚିମ ଦେଶର ଆଭିଜାତ୍ୟ ନେଇ,

ବୃଦ୍ଧାଶ୍ରମେ ଛଡା ହେଲା। 

ଶରୀରେ ଟିକିଏ ଆଘାତ ପାଇଲେ,

ମାଆ ବୋଲି କହୁଥିଲେ,

ସେହି ଡାକ ଆଜି ପୁରୁଣା ହୋଇଲା,

ଓ ଗଡ଼ ଶବ୍ଦେ ଲୁଚି ଗଲା ।

କାହା ଦେହେ, ପାଦେ ଆଘାତ ଲାଗିଲେ,

ବିଷ୍ଣୁ ନାମ ମୁଖେ ନେଉଥିଲେ ।

ଆଜି ସେହି ନାମ ପୁରୁଣା,

ସରି ଶବ୍ଦେ ବାଟ ବଣା ।

ଗୁରୁ-ଗୁରୁଜନେ ପ୍ରଣାମ କରିଲେ,

ଯେଉଁ ଆଶୀର୍ବାଦ ମିଳେ....

ସେହି ଆଶୀର୍ବାଦ ମିଳିବ କି ଭାଇ,

ହାଏ-ବାଏ ଶବ୍ଦ ଟିରେ ?

ଆମ ସଂସ୍କୃତି, ଆମ ରୀତିନୀତି,

ସବୁଠାରୁ ଭାଇ ଭଲ....

ତୁଚ୍ଛାଟାରେ ଆମେ,

ଅନ୍ଧକାରେ ରହି....

ଆଲୋକ କରୁଛେ ଦୁର... ।

    ସୁଜାତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational