STORYMIRROR

Priyadarsini Das.

Inspirational Others

3  

Priyadarsini Das.

Inspirational Others

ଧନ୍ୟ ତୁମେ ବଇଦ

ଧନ୍ୟ ତୁମେ ବଇଦ

1 min
11.3K


ଦେଶ ରେ ଭୟ ମହାମାରୀ ର ,

ଆତଙ୍କ ବ୍ୟାପିଛି ଏକ ଭୂତାଣୁ ର,

ସଭିଏଁ ଘରେ ବନ୍ଦ , କବାଟ କିଳି

 ନିଜକୁ ବଞ୍ଚାଇବାକୁ ଆମେ ତତ୍ପର ।


ହେଲେ ଧନ୍ୟ ତୁମେ , ଧନ୍ୟ ତୁମେ ସେବା ,

ଧନ୍ୟ ତୁମ ତ୍ୟାଗ , 

କି ସୁନ୍ଦର ଆତ୍ମା ତୁମର ....।


ରୋଗୀ ଙ୍କ ସେବା ରେ ସର୍ବଦା ତତ୍ପର ,


ନା ଦେଖୁଛ ଦିନ ନା ରାତି ....


ନା ଭାବୁଛ ଘର କଥା , ନା ପରିବାର ...


ବାସ୍ ସେବା ରେ ସବୁ ଘଡି ମନ ତୁମର ....।



ନା ଚିନ୍ତା ଛୋଟ ପିଲା ର ନା ଚିନ୍ତା ନିଜ ସ୍ବାସ୍ଥ୍ୟ ର ,

କେବଳ ଚିନ୍ତା ନିଜ କର୍ତ୍ତବ୍ୟ ର ....।



ଧନ୍ୟ ତୁମ ବାପା ମା , ଧନ୍ୟ ତୁମ ପରିବାର ...


ଏତେ ତ୍ୟାଗ ର ମୂରତି , 

ଏତେ ସେବା ର ଦେବତା ,

ମାନବ ରୂପେ ମିଳିବା ଅସମ୍ଭବ ...।



ତଥାପି ତୁମେ ଅଛ ,

ସେବାକାରୀ ଡାକ୍ତର ରୂପରେ ...।


ବେକ ରେ ଷ୍ଟେଥୋସ୍କୋପ ନୁହେଁ ,,

ସେ ତ ରୂପ ଶଙ୍କର ଙ୍କ ର .....।


ଭୂତାଣୁ ର ଭୟ ର ଗରଳ କୁ ପାନ କରି ...

ଅହରହ କରି ଚାଲିଛ ସେବା ... 


ସତରେ ଧନ୍ୟ ତୁମେ ,

ଧନ୍ୟ ତୁମ ପିତା ମାତା , 

ଧନ୍ୟ ତୁମେ ହେ ବଇଦ .....

ଧନ୍ୟ ତୁମେ ବଇଦ.........।


Rate this content
Log in

Similar oriya poem from Inspirational