Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

4  

Jagannath Barik

Classics

ଧନ୍ୟ ତୁ ଦୂରଦର୍ଶନ

ଧନ୍ୟ ତୁ ଦୂରଦର୍ଶନ

1 min
546


ଧନ୍ୟ ତୁ ଦୂରଦର୍ଶନ 

ବିଜ୍ଞାନ ଜଗତ ଅମୂଲ୍ୟ ଧନ

ତୋର ନିର୍ମାଣ

କର୍ତ୍ତାଙ୍କୁ ଶତ ନମନ, ତୋର ନିର୍ମାଣ |


ଲୋଜି ବେୟଡ଼ ଜଅନ 

ଉଦ୍ଭାବିତ ଚିଜ ବିଶ୍ୱ ବନ୍ଦନ

ମହାର୍ଘ୍ୟ ଧନ

ଜ୍ଞାନ ରାଜ୍ୟେ ବିସ୍ଫୋରଣ, ମହାର୍ଘ୍ୟ ଧନ |


ଦୃଶ୍ୟ ଶ୍ରାବ୍ୟ ଯନ୍ତ୍ର ତୁହି

ପୃଥିବୀ ପରିଧି ଦେଲୁ କମାଇ

ବସି ସଦନେ

ବିଶ୍ୱ ଦେଖୁଛୁ ନୟନେ, ବସି ସଦନେ |


ଘରେ ଘରେ ତୁ ଖେଳିଲୁ

ବାର୍ତ୍ତା ନୃତ୍ୟ ଗୀତ ପରସିଦେଲୁ

ତ୍ରିଭୁବନର

ଜାଣି ପାରିଲୁ ଖବର, ତ୍ରିଭୁବନର |


ବିଜ୍ଞାନର କରାମତି

ମୁଷ୍ଟି ମଧ୍ୟେ ନର ରଖେ ଧରିତ୍ରୀ

ପୁରାଣ ତଥ୍ୟ 

ଲାଗୁଅଛି ଆଜି ସତ୍ୟ, ପୁରାଣ ତଥ୍ୟ |


ଜ୍ଞାନରାଜ୍ୟ ପରିସୀମା

ବଢ଼ୁ ନର ଦେଖାଇଲା ଗରିମା

ଧରାକୁ ସରା

ଜ୍ଞାନ କଲା ସେ ମଗରା, ଧରାକୁ ସରା |


ଯୋଗାଯୋଗ ହେଲା ଖର

ବିଶ୍ୱ ଆଜି ପରିବାର ପ୍ରକାର

ସିନେମା ଘର

ଯିବା ନାହିଁ ଦରକାର, ସିନେମା ଘର |


ସକଳ ମନୋରଞ୍ଜନ

କ୍ରୀଡା ଯାତ୍ରା ଗୀତ ବାଦ୍ୟ ଗାୟନ

କୃଷି ସ୍ୱାସ୍ଥ୍ୟର

ବାରତା ହେଲା ପ୍ରଚାର, କୃଷି ସ୍ୱାସ୍ଥ୍ୟର |


ଦେଶ ବିଦେଶ ଖବର

ପାଠପଢ଼ା ତାଲିମର ପ୍ରସାର 

ରାଜନୀତିର

ଚିତ୍ର ପଲ୍ଲୀରୁ ଦିଲ୍ଲୀର , ରାଜନୀତିର |


ଅନ୍ୟାୟ ଦୁର୍ନୀତି ଚୋରି

ନାରୀ ନିର୍ଯ୍ୟାତନା କି ବଳାତ୍କାରୀ

ସତ୍ୟ ତଥ୍ୟକୁ

ଯୋଗାଇଦେଲୁ ଲୋକଙ୍କୁ, ସତ୍ୟ ତଥ୍ୟକୁ |


ପାଣିପାଗ ସୂଚାଇଲୁ

ଦଇବ ଦଣ୍ଡରୁ ଉଦ୍ଧାର କଲୁ

ତୋତେ ସଲାମ

ସାର୍ଥକ ଆଜି ତୋ ନାମ, ତୋତେ ସଲାମ ।


Rate this content
Log in

Similar oriya poem from Classics