STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଧନ୍ୟ ସେ ମାଉସୀ ମା'

ଧନ୍ୟ ସେ ମାଉସୀ ମା'

2 mins
13


ସ୍ୱୟଂ ଶ୍ରୀଜଗନ୍ନାଥ ଅପୌରୁଷେୟ 

ପୁଣି ଅଯୋନିସମ୍ଭୂତ

ଏକ ଅପ୍ରାସଙ୍ଗିକତା ମା' ନାମରେ

ମନରେ ଦ୍ୱିଧା ବି ଜାତ 

ମା' ବିନା ମାଆଙ୍କ ଅନୁଜା ମାଉସୀ

ପୁଣି ଅପ୍ରାସଙ୍ଗିକତା 

ଶାସ୍ତ୍ରୀୟ ସ୍ପଷ୍ଟତା ବିହୁନେ ପ୍ରାୟତଃ

ଲୋକକଥା ଅବା ଗାଥା

ଦେବୀ ସୁଭଦ୍ରାଙ୍କ ନିଗୂଢ଼ ରହସ୍ୟ

ଶ୍ରୀକ୍ଷେତ୍ର ମାହାତ୍ମ୍ୟ କଥା 

ଯୋଗମାୟା ଆଦ୍ୟା ଶକ୍ତି ରହସ୍ୟରେ

ସୃଷ୍ଟି ସେହି ଲୋକ ପ୍ରଥା 

ଲୋକକଥା ସହ ସୃଷ୍ଟିର ରହସ୍ୟ

ଉତ୍ପତ୍ତି ପରେ ପ୍ରଳୟ

ଦେବୀ ସୁଭଦ୍ରାଙ୍କ ଯୋଗମାୟା ରୂପେ

ରତ୍ନ ବେଦୀରେ ହିଁ ଥୟ 

ସର୍ବ ଦେବୀ ତତ୍ତ୍ଵର ମୂଳାଧାର ରୂପେ

ଦେବୀ ପ୍ରକୃତି ରୁପିଣୀ 

ସ୍ୱୟଂ ଲୋକମାତା ରୂପେ ଅବତୀର୍ଣ୍ଣ

ଜୀବାତ୍ମା ଗତି କାରିଣୀ

ମାଉସୀ ମା' ବହୁଳ ଭାବରେ ବ୍ୟକ୍ତ

ଦେବୀଙ୍କ ଅଙ୍ଗସମ୍ଭୂତା

ସୁଭଦ୍ରାଙ୍କ ଭଗ୍ନୀ ଭାବେ ମାଉସୀ ମା '

ଲୋକ କଥାର ହିଁ ଗାଥା

ମାଉସୀ ମାଙ୍କ ମୁଖାରବିନ୍ଦ ଠିକ୍

ସୁଭଦ୍ରାଙ୍କ ପ୍ରତିରୂପ

ଶ୍ରୀଜଗନ୍ନାଥ ତତ୍ତ୍ୱେ ଦେବୀ ସୁଭଦ୍ରା

ପ୍ରକୀର୍ତ୍ତିତା ଅପରୂପ

ତଦନୁଯାୟୀ ସେହି ଅଙ୍ଗ ସମ୍ଭୂତା 

ଦେବୀ ହିଁ ମାଉସୀ ମା

ଲୋକ ମୁଖରେ ପରିଚିତ ହେବା 

ସ୍ଵାଭାବିକ ମାଉସୀ ମା


ଶାସ୍ତ୍ର ମତେ ମହା ପ୍ରଳୟର କଥା

ଶ୍ରୀକ୍ଷେତ୍ର ସହ ଜଡ଼ିତ

ମହା ପ୍ରଳୟ ସଂଘଟିତ ପ୍ରାୟତଃ

ଯୁଗାବର୍ତ୍ତନ ସହିତ

ଶ୍ରୀକ୍ଷେତ୍ରସ୍ଥ ସେହି ରୋହିଣୀ କୁଣ୍ଡରୁ 

ସେ' କାରଣୋଦକ ଝରି

ମହାପ୍ରଳୟ ସଂଘଟିତ ଓ ଲୀନ 

ହୋଇଥାଏ ସର୍ବୋପରି

କ୍ରମେ ଯୋଗମାୟା ଆପଣା ଅଙ୍ଗରୁ

ଜାତ କଲେ ମାତୃ ଶକ୍ତି

ପ୍ରଳୟୋଦକ ର ଶୋଷଣ କାରିଣୀ

ସେ ଅର୍ଦ୍ଧଶୋଷଣୀ ଶକ୍ତି ।


ରାଜା ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚା ମନ୍ଦିରେ 

ଯଜ୍ଞ ଯେବେ ଆରମ୍ଭିଲେ 

ଅର୍ଦ୍ଧାଶନୀଙ୍କୁ ଯୁପ-ଶକ୍ତି ଭାବରେ

ଐଶାନ୍ୟ କୋଣେ ସ୍ଥାପିଲେ

ଯଜ୍ଞାଙ୍ଗ ରୂପରେ ଅନ୍ତିମ ଦିନରେ 

ସମର୍ପିଲେ ପୁରୋଡ଼ାଶ 

ସେ ଯଜ୍ଞ କର୍ମର ପୂର୍ଣ୍ଣାହୁତି ପରେ

ରାଜା ଲଭିଲେ ସନ୍ତୋଷ

ସ୍ମାରକୀ ସ୍ବରୂପ ଘୋଷ ଯାତ୍ରା ବେଳେ

ବାହୁଡ଼ା ଦଶମୀ ଦିନ

ରଥ ରହେ ଅର୍ଦ୍ଧାଶନୀଙ୍କ ନିକଟେ

ପୂର୍ବ ନୀତି ନିର୍ଦ୍ଧାରଣ 

ପୁରୋଡ଼ାଶ ବା ପୋଡ଼ ପିଠା ନୈବେଦ୍ୟ

ଶ୍ରୀଜଗନ୍ନାଥଙ୍କ ପ୍ରତି

ପରମ୍ପରା ଆଧାରରେ ସମର୍ପଣ

ବଳବତ୍ତର ସମ୍ପ୍ରତି

ଅନ୍ୟ ଏକ ମତବାଦ ବି ରହିଛି

ମାଉସୀ ମା ନାମରେ

ତ୍ରେତା ରେ କୈକେୟୀ ଦ୍ଵାପରେ ଯଶୋଦା

ମାଉସୀ ମା କଳିରେ ।


ବୁଢ଼ୀ ମା'ର ସ୍ଥିତି ସର୍ବଦା ପ୍ରାୟତଃ 

ନାତି ନାତୁଣୀଙ୍କ ସହ

ଶଙ୍ଖୋଳିବାକୁ ସ୍ନେହ ବତୁରା ତନୁ

ଆଶା କରେ ଅହରହ

ସେପରି ସେ ରଥ ଦାଣ୍ଡର ପାର୍ଶ୍ୱରେ

ମାଉସୀ ମା ବସିଛି 

ଅର୍ଦ୍ଧାହାରୀ ଅଥଚ ସ୍ନେହରଙ୍କୁଣୀ 

ମାଉସୀ ମା ଚାହିଁଛି

ଶ୍ରୀଜଗନ୍ନାଥ ତା' ପ୍ରାଣର ସଙ୍ଖାଳି

ଭାଇ ଭଉଣୀ ସହିତ

ପୋଡପିଠା ସହ ଶଙ୍ଖୋଳିବା ଅର୍ଥେ

ମାଉସୀ ମା ଚିନ୍ତିତ ।


ଜନ୍ମ ବେଦୀ ଜନ୍ମମାଟି ର ମମତା

ଉଜ୍ଜୀବିତ ପ୍ରତି କ୍ଷଣ

ଘୋଷ ଯାତ୍ରା ବେଳେ ମିଳିଲା ସୁଯୋଗ

ମାଉସୀ ମା ଦରଶନ

ଧନ୍ୟ ମହାପ୍ରଭୁ ଧନ୍ୟ ଘୋଷ ଯାତ୍ରା

ଯାତ୍ରା ପଥେ ମାଉସୀ ମା

ଧନ୍ୟ ସେ ମାଉସୀ ମା'ର ମମତା 

ଅଗମ୍ୟ ମା'ର ମହିମା ।



Rate this content
Log in

Similar oriya poem from Abstract