ଧନ୍ୟ ହୋଇଲା ମୋ ବେନି ନୟନ
ଧନ୍ୟ ହୋଇଲା ମୋ ବେନି ନୟନ


ରଥରେ ଆହାକି ଅପୂର୍ବ ରୂପ
ସ୍ବର୍ଣ୍ଣ ପଦ ପାଣି ପୂର୍ଣ୍ଣ ସ୍ବରୂପ ।
ଅନନ୍ତ ଅସୀମ ଅରୂପ ରୂପ
ଅଗତିର ଗତି ଅଜପା ଜପ ।
ଧନ୍ୟ ମୋ ଜୀବନ ଜନମ ଧନ୍ୟ
ଧନ୍ୟ ଦେଖି ଏହି ରୂପ ଅନନ୍ୟ ।
ଦୋଳରେ ଗୋବିନ୍ଦ ଭକ୍ତ ଜୀବନ
ମଧୁସୂଦନ ସେ ରଥେ ବାମନ ।
କାଳର କରାଳେ ଭକତ ଶୂନ୍ୟ
ପାପର ଅନ୍ଧାର ଖୋଜଇ ପୂଣ୍ୟ।
&nb
sp;ନାହିଁ ନାହିଁ ପୁଣି ହୋଇଲା ହଁ
ରଥରେ ଆସିଲେ କାଳିଆ ଦିଅଁ ।
ହୋଇଲା ଗୁଣ୍ଡିଚା ବାହୁଡା ହେଲା
ଭାବ ଭକତି ର ଅପୂର୍ବ ଲିଳା ।
ପ୍ରଭୁ ହେଲେ ଯେବେ ସୁନାରେ ବେଶ
ଚମକି ଉଠିଲା ଏ ଦଶଦିଶ ।
ରଥରେ ନଥିଲା ଭିଡ ଏଥର
ପୂର୍ଣ୍ଣବ୍ରହ୍ମ ଦିଶୁଥିଲେ ସୁନ୍ଦର ।
ଅତି ନିକଟରୁ କରି ଦର୍ଶନ
ଧନ୍ୟ ହୋଇଲେ ମୋ ବେନି ନୟନ ।