STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ଧନ୍ଯ ଆମ ନ୍ଯାୟ ବ୍ଯବସ୍ଥା

ଧନ୍ଯ ଆମ ନ୍ଯାୟ ବ୍ଯବସ୍ଥା

1 min
1.1K


ଜଙ୍ଗଲ ଆଡ଼କୁ ଧାଉଁଅଛି ଗାଈ

ହାତୀ ପଚାରୁଛି ପଥେ ,

କୁଆଡ଼େ ଧାଉଁଛୁ କହଲୋ ଭଉଣୀ

କାହାକୁ ଡ଼ରୁଛୁ ଏତେ ।


ଶୁଣିନା କି ଭାଇ ସରକାର ଏବେ

ଖୋଜୁଛନ୍ତି ମଇଁଷିକୁ ,

ଧର ମଇଁଷି କୁ ନିର୍ଦ୍ଦେଶ ଯାଇଛି

ଓଡ଼ିଶା ସାରା ଥାନାକୁ । 


ଧରିଆଣି ତାଙ୍କୁ ଭର୍ତ୍ତି କରିଦିଅ

କାଞ୍ଜିଆହୁଦାରେ ବେଗେ ,

ଜନ ବସତିରେ ନରହି ସେପାଇଁ

ଜଙ୍ଗଲକୁ ଯିବି ଆଗେ ।


ତୁଉତ ଗାଈଟେ ବିକଳେ କାହିଁକି

ଧାଉଁଅଛୁ ଅଯଥାରେ ,

ମଇଁଷି ଧରିଲେ ତୋର କ'ଣ ଯାଏ

ଗାଈକୁ ଗଜ ପଚାରେ ।


ଜାଣିଛ ତୁମେବି ମୁଁ ବି ଜାଣିଛି

ମୁଁ ଗୋଟେ ନିରୀହ ଗାଈ ,

ଜାଣିନ କି ଆମ ନିଆୟ ବ୍ୟବସ୍ଥା

କୁହ ଆହେ ହାତୀ ଭାଇ ।


କୋଡିଏ ବରଷ ଲାଗିଯିବ ମୋତେ

ପ୍ରମାଣ ନିମନ୍ତେ କୋର୍ଟେ ,

ମୁଁ ଗାଈ ପ୍ରମାଣ ପାଇଲା ବେଳକୁ

ପ୍ରାଣ ମୋ ନଥିବ ଘଟେ ।


ଗାଈ ଠାରୁ ଶୁଣି ଏମନ୍ତ ବାରତା

ହାତୀକୁ ସମ୍ଭାଳେ କିଏ ,

ଜୋରରେ ପାହୁଣ୍ଡ ପକାଇ ଚାଲିଲା

ଜଙ୍ଗଲକୁ ଏକ ଲୟେ ।


Rate this content
Log in

Similar oriya poem from Inspirational