Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Thriller Others

3  

Arjuni charan Behera

Thriller Others

ଧନୁଯାତ୍ରା

ଧନୁଯାତ୍ରା

1 min
378


ଧାଡ଼ି ଧାଡ଼ି ଛିଡ଼ା ମଥୁରା ବାଳି

ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣ ହଳୀ l


ଅପୂର୍ଵ ରୂପ ସେ ସର୍ବେ ଉଲ୍ଲାସ

ଚିନ୍ତନ୍ତି କି ଲାଭ ପାଇବ କଂସ l


ମାମୁଁ ହୋଇ ଭଣଜାକୁ ଡାକିଛି

ଧନୁ ଯାତ୍ରା କରି ବଧ ପାଞ୍ଚିଛି l


ଏମନ୍ତେ କହୁଣୁ କୁବୁଜା ମିଳି

କୁଜ ସଜାଡ଼ିଲେ ଶ୍ରୀବନମାଳି l


କଂସ ଦ୍ୱାରେ ଥିଲା କୁବଳ ଗଜ

ବୁଲାଇ ଫିଙ୍ଗି ଭାଙ୍ଗିଲେ ପହିଜ l


ଭଣଜା କାଣ୍ଡକୁ କଂସ ବିଚାରି

ଅଷ୍ଟମଲ୍ଲ ପେଶେ ମାରିବ ହରି l


ଚାଣୁରେ,ମୁଷ୍ଟିକେ ମାରି ପ୍ରବେଶ

ସଭାରେ ବସିଛି ନୃଶଂସ କଂସ l


ବାହାସ୍ଫୋଟ ମାରି ମହା ନାୟକ

ପାଶେ ପୂଜା ବିଜେ ଶମ୍ଭୁ ସାୟକ l


ଚକ୍ଷୁ ଫେଇ ଦେଖି ଅପୂର୍ଵ ରୂପ

କି କରିବି ଭାବେ ମଥୁରା ଭୂପ l


ଦର୍ଶନେ ମଞ୍ଚାରୁ ପଡ଼ିଲା ଟଳି

ତ୍ରାହିକର ମୋତେ ଶ୍ରୀକୃଷ୍ଣ ହଳୀ l

            


Rate this content
Log in

Similar oriya poem from Thriller