STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଧନୀ ଗରିବ

ଧନୀ ଗରିବ

1 min
13.8K


ଛତର ଖାଇ ଲୋ ଛତର ଖାଇ

ତୋତେ ଟିକେ ଲାଜ ଅଛି କି ନାହିଁ

କି ଲାଭ ପାଉଛୁ କହ ଟିକେ ମୋତେ

ଇଜ୍ଜତ ମହତ ତଳେ ପକେଇ

ଗରିବକୁ ସିନା ମିଳୁନି କପଡା

ଚିରା ଫଟା ପିନ୍ଧି ..ଦିନ କାଟୁଛି

ସବୁ ଥାଇ ତୋର ଭିକ ମଗା ଭଳି

ଚିରା କପଡ଼ାରେ.. ଦିନ ବିତୁଛି

ଗରିବ ପିନ୍ଧିଲେ ଫଟା କପଡାଟେ

ଗରିବ ତାହାକୁ.. ଦରିଦ୍ର ଭାବେ

ଧନୀ ଯେବେ ପିନ୍ଧେ ସେଇ କପଡାକୁ

ଧନୀ ତାହାକୁ.. ଫେସନ ଭାବେ

କା ପାଇଁ ସଂସ୍କୃତି କା ପାଇଁ ବିକୃତି

ଅଭାବେ ସ୍ୱଭାବେ ..ଏଠି ଚାଲିଛି

ବାଧ୍ୟ ହୁଏ କିଏ ଫଟା ପିନ୍ଧିବାକୁ

ଫେସନରେ କିଏ ..ଫଟା ପିନ୍ଧୁଛି

ଗରିବ ଝିଅଟେ ସଂସ୍କାର ପାଇଁ

ଡହଳ ବିକଳ ..ହୋଇ ବଞ୍ଚୁଛି

ଧନୀ ଆଜି ଏଠି ଆମ ସଂସ୍କାରକୁ

ଦାଣ୍ଡରେ ଘାଟରେ.. ବାଣ୍ଟି ବୁଲୁଛି

ଭାରତ ସଂସ୍କୃତି ବିଶ୍ଵବିଖ୍ୟାତ

ପୁରାଣରେ ଲେଖା ଅଛି

ବିଦେଶୀକୁ ଛାଡି ସ୍ୱଦେଶୀକୁ ନେଇ

ଗର୍ବ କରିବ ଭାବୁଛି.....

।ନିରଞ୍ଜନ ସାହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational