STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଧନୀ ବାପା ଓ ଗରିବ ବାପା

ଧନୀ ବାପା ଓ ଗରିବ ବାପା

1 min
303

ଧନୀ ବାପା ଓ ଗରିବ ବାପାଙ୍କ ମଧ୍ୟେ

    କଥୋପକଥନ ଚାଲିଛି,

ଧନୀ ବାପା ଛାତିକୁ ଫୁଲେଇ କହୁଛି....

ଗୋଟେ ପୁଅ ମୋର ଆମେରିକାରେ ରହୁଛି

ଆଉ ଗୋଟେ ପୁଅ ଜାପାନରେ ଯାଇ ରହୁଛି

       ପୁଳା ପୁଳା ଟଙ୍କା ପାଉଛି,,

        ଆକାଶରେ ଉଡି ବୁଲୁଛି....

ଆମକୁ ପୁଳା ପୁଳା ଟଙ୍କା ଦେଉଛି

    ଆମ ପାଇଁ କୋଠା କରିଛି

ଆମେ ବୁଢା ବୁଢ଼ୀ ଟଙ୍କା ଖର୍ଚ୍ଚ କରି 

     ଖୁସିରେ ଜୀବନ କଟୁଛି,,,,...


ଗରିବ ବାପାଟି ସବୁ କଥା ଶୁଣି

     ମୁରୁକି ମୁରୁକି ହସୁଛି

      ହସି ମନକଥା କହୁଛି,.....


ମୋର ଗୋଟେ ପୁଅ ପାନ ଦୋକାନଟେ କରିଛି

ଆଉଗୋଟେ ପୁଅ ଅଟୋ ଡ୍ରାଇଭର ହେଇଛି

ଆମେ ବୁଢା ବୁଢ଼ୀ ତାଙ୍କରି ପାଖରେ ରହୁଛୁ

ମିଳିମିଶି ସବୁ ରହୁଛୁ ,

ମିଳିମିଶି ବସି ଖାଉଛୁ   

ନାତି ନାତୁଣୀ ସଙ୍ଗରେ ଖେଳୁଛୁ

ଦୁଃଖେ ସୁଖେ ଦିନ କାଟୁଛୁ......


ଏହା ସତ୍ୟ ଯେ..

ମୁଁ ମରିଗଲେ ପୁଅ କାନ୍ଧେ ଯିବି

    ନିଶ୍ଚିତ କଥାଟେ କହୁଛି,,

        ଯାହା ତୁମ ପାଇଁ ପ୍ରଶ୍ନ ହେଇଛି,,,???


ବାପା ମାଆଙ୍କର ବେଶି ଇଚ୍ଛା ଥାଏ

   ପୁଅ ବୋହୂ ପାଖେ ରହିବାକୁ

ନାତି ନାତୁଣୀକୁ ସଙ୍ଗରେ ନେଇ

    ଖୁସିରେ ଦିନ କାଟି ବାକୁ,....


ମଲାପରେ ଯଦି ପୁଅ କାନ୍ଧେ ଗଲା

     ଜୀବନ ସାର୍ଥକ ହେବ

ଆତ୍ମାଟି ଯାଇ ବୈକୁଣ୍ଠ ପୁରରେ

     ଶାନ୍ତିରେ ବାସ କରିବ,,,...


ଗରିବ ବାପାଙ୍କ କଥାକୁ ଶୁଣି

  ଧନୀ ବାପା ମୁହଁ ଶୁଖିଗଲା

ପ୍ରକୃତ ଗରିବ କିଏ ଜାଣିଦେଇ

  ମୁହଁକୁ ଶୁଖେଇ ଚାଲିଗଲା.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational