STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଧନ ମୋର

ଧନ ମୋର

1 min
11.7K

ତୁ ମୋ ହୃଦୟ ଟୁକୁଡ଼ାରେ ଧନ

ତୁ ମୋ ଜୀବନ ବିନ୍ଦୁ,

ମୋ ଆଖି ଆଶରା ତୋର ଏ ଚେହେରା

ତୁ ମୋ ପୂର୍ଣମୀ ଇନ୍ଦୁ।


ତୋ ପାଇଁ ରଖିଛି କେତେ ସ୍ୱପ୍ନ ସଞ୍ଚି

ହୃଦୟର ମଣି ମୋର,

ଖର୍ଚ୍ଚ କରି ମୋର ଏ ଜୀଵନ ଧନ

ଇଛା ପୁରାଇବି ତୋର। 


ତୋ ଓଠରେ ଧାରେ ହସ ଦେଖିବାକୁ

ମୋର ଏଇ ଇଛାଟିଏ,

ତୋ ଅଳି ଅର୍ଦ୍ଦଳି ପାଶେ ବନ୍ଧାପଡ଼ି

ତୋ ପଛରେ ଧାଉଁଥାଏ। 


ତୋ ଆଖିରୁ ଟୋପେ ଜଳ ବିନ୍ଦୁ ଦେଖି

ମୋ ହୃଦେ ଜୁଆର ଉଠେ,

ତୋ ପାଦରେ କଣ୍ଟା ଫୁଟିଯାଏ ଯେବେ

ମୋ ବକ୍ଷୁ ରୁଧିର ଛୁଟେ।


ତୋର ସେ ଚପଳ ଅଙ୍ଗଭଙ୍ଗୀ ଦେଖି

ସବୁ କ୍ଳାନ୍ତି ହୁଏ ଦୂର

ମୁଁ ଶରୀର ହେଲେ ତୁ ମୋ ଜୀଵନ

ତୋ ବିନା ସବୁ ଅସାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract