Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANIDHI BAGARTEE

Tragedy Others

3  

DAYANIDHI BAGARTEE

Tragedy Others

ଧିକ୍ ରେ ମଣିଷ ଜୀବନ

ଧିକ୍ ରେ ମଣିଷ ଜୀବନ

1 min
208


ଟ୍ରେନ୍ ଆସିଲା ଯାତ୍ରା ଆରମ୍ଭ ହେଲା

ବଗି ଭିତରେ ଗଲି ପଶି,

ଏପଟେ ସେପଟେ କାହା ଆଖି

କିଏ ଫୋନ୍ରେ ଯାଉଛି ଗପି

ତ ଆଉ କିଏ କାଶୁଛିି ବସି     |


କିନ୍ନର ଆସିଲା ଖାଲି ତାଳି ବଜାଇଲା

   କିଏ ପାଞ୍ଚ କିଏ ଦଶ ଦେଲା 

   କିନ୍ନର ହାତେ ପଇସା ଗଲା ବରଷି,

ନାରୀଠୁ ଅଧିକ ସଜେଇ ହୋଇ

     ଚୁମ୍ବକୀୟ କଥା ଓଠରେ କହି

   ବହେ ପଇସା ନେଇଗଲା ହସି   |


ଏ ତ ଆମ ମଣିଷ ଭାଇ

     କେବେ ଜମା ସୁଧୁରିବ ନାହିଁ,

କୋଉଠି ପାନଛେପ ତ କୋଉଠି ବାଦାମ ଚୋପା 

    ବଗି ଭିତରେ ଦେଲେ ପକେଇ    |


ସେତ ଅଜଣା ଯାଯାବର ପଲାଟିଏ

     ଝାଡ଼ୁଟେ ଧରି ବଗି ସଫା କରୁଥାଏ,

ସଫା ସରିଲା ଲୋକଙ୍କୁ ହାତ ବଢେଇଲା 

 କିଛି ମିଳିଯିବ ନିରୀହ ଆଖି ତାର ଆଶା ବାନ୍ଧିଥାଏ  |


ଧିକ୍ରେ ମଣିଷ ଜୀବନ

     ଟଙ୍କାଟେ ଦେବାକୁ ନାହିଁ କାହାର ମନ

କିନ୍ନରକୁ ସିନା ଦାନ

 ପିଲା ବେଳକୁ ଖୁଚୁରା ନାହିଁ କହିଲେ ଜାଣ   ା|


ଲଜ୍ଜ୍ୟା ଲାଗୁନାହିଁ ମଣିଷ ବୋଲାଇଲାକୁ

 ଟଙ୍କାଟେ ବାହାରୁନି ସାହାଯ୍ୟ କରିବାକୁ,

ଶହ ଶହ ଟଙ୍କା ପକେଟରୁ ବାହାରୁଛି

  ମଦ ମାଂସ ପାନ ଗୁଟ୍ଖା ଖାଇବାକୁ    |


କଣ ହେବ ଏତିକି ଧନ

   ଯଦି ଗରିବ ଅଟଇ ମନ,

କେବେ ଖୁସି ନାହିଁ ସେ ଜୀବନେ 

  ଯେଉଁଠି ନାହିଁ ଦୟା,କ୍ଷମା ଓ ସହାୟତାର ଗୁଣ  |


Rate this content
Log in

Similar oriya poem from Tragedy