ଧୀରେ ମିଳେ ସଫଳତା
ଧୀରେ ମିଳେ ସଫଳତା
କର୍ମ ପାଶଙ୍ଗରେ ଭିଡିକି ଚାଲିଲେ
ଧୀରେ ଧୀରେ ମିଳେ ସଫଳତା
ଧୀର ପାଣି ପରା ପଥର କାଟଇ
ଧୀର କଥା ଭାରି ମିଠା।
ଧୀର ପବନର ଶୀତଳ ପରଶ
ଧୀର କୂଳବଧୁ ଚାଲି
ଧୀର ତା' ମଧୁର ବାଣୀ
ଧୀର କାମକରି ମହତ୍ତ୍ଵ ରଖଇ
ଧୀରେ ନିଏ ମନ କିଣି।
ଧୀରେ ଧୀରେ ଯାଇ କଇଁଛ ବାପୁଡା
ଲକ୍ଷ୍ୟ ସ୍ଥଳେ ପହଞ୍ଚିଥିଲା
ଧୀର ଚାଲିବାକୁ ହେୟ ମଣି ସିନା
ଠେକୁଆ ହୀନସ୍ଥା ହେଲା।
ଧୀର ମଣିଷର ସ୍ଥିର ଚିତ୍ତ ସଦା
ଅସାଧ୍ୟ କରେ ସେ ସାଧ୍ୟ
ଅଧୀର ଅସ୍ଥିର ଚିତ୍ତ ସଦା ଯା'ର
ଦୁଃଖ ଭୋଗିବାକୁ ବାଧ୍ୟ।
