STORYMIRROR

NIBEDITA MOHAPATRA

Tragedy

4  

NIBEDITA MOHAPATRA

Tragedy

ଧ୍ବଂସ ହେଉଛି ଐତିହ୍ଯ

ଧ୍ବଂସ ହେଉଛି ଐତିହ୍ଯ

1 min
222


ମର୍ତ୍ତ୍ଯ ବୈକୁଣ୍ଠ ନାମରେ ବିଦିତ

ଆମରି ଶ୍ରୀକ୍ଷେତ୍ର ଧାମ

ବିଶ୍ବ ପର୍ଯ୍ୟଟନେ ସ୍ବର୍ଣ୍ଣାକ୍ଷରରେ

ଲିପିବଦ୍ଧ ତାର ନାମ ।।

ଯୁଗ ଯୁଗର ଐତିହ୍ଯ ରାଜିକୁ

ବକ୍ଷରେ ଜାବୁଡି ଧରି

ବଡ ଶରଧାରେ ଭକତ ଜନଙ୍କୁ

ଡାକୁଛି ସେ ହାତ ଠାରି ।।

ପୁରାତନ କେତେ ଗାଥା କାହାଣୀର

ସ୍ମୃତି ସାଇତିବା ପାଇଁ

ଗଢି ଉଠିଥିଲା କେତେ ଯେ ମଠ

ଶ୍ରୀଜିଉଙ୍କ ସେବା ପାଇଁ।।

ରାମାନୁଜ ଚୈତନ୍ଯ ବଳରାମ

କେତେ ଭକତ ପ୍ରବୀର

କରି ଅବସ୍ଥାନ ବଣ୍ଟୁଥିଲେ ସେ

ବାର୍ତ୍ତା ଭକ୍ତି ଚେତନାର।।

ବଡ ଦେଉଳେ ପାଳିତ ହୁଅଇ

ବାରମାସେ ତେର ଯାତ

ସମସ୍ତ ପର୍ବର ନୀତି କାନ୍ତିରେ

ସଂପୃକ୍ତ ଥାଆନ୍ତି ମଠ।।

ବଡ ସିଂହାରେ ପୁଷ୍ପ ଅଳଙ୍କାର

ସାଥେ ଚାମର ଆଲଟ

ଯାନିଯାତ୍ରାରେ ପନ୍ତି ଭୋଗ ସେବା

ଯୋଗାନ୍ତି ଏମାର ମଠ।।

ସମର୍ପଣ କରୁଥିଲେ ଦୈନିକ

ଗୋପାଳ ବଲ୍ଲଭ ଭୋଗ

ରାମାନୁଜୀ ଚିତା ଅଙ୍କିତ କରି

ପାଉଥିଲେ କେତେ ସୁଖ।।

ବଡ ଓଡିଆ ମଠର ମହନ୍ତ

କରନ୍ତି ସେବା ଅନେକ 

ରତ୍ନ ସିଂହାସନ ମାର୍ଜନା କରି

ପାଆନ୍ତି ଆତ୍ମ ସନ୍ତୋଷ।।

ଫୁଲୁରି ତେଲ ଅଣସର ପଣା

ଚନ୍ଦନ କାଠ ଯୋଗାଣ

ତ୍ରିମୁଣ୍ତି ଚାନ୍ଦୁଆ ବାନ୍ଧିବା ଶ୍ରେୟ

ଦେଇଛନ୍ତି ନାରାୟଣ।।

କାର୍ତ୍ତିକ ମାସେ ଦୀପ ପ୍ରଜ୍ଜଳନ

ହେଉ ଅବା ସଂକୀର୍ତ୍ତନ

ସୋଲ ଚିତାଲାଗି ମହନ ଭୋଗ

ଯୋଗାଇ ଦିଅନ୍ତି ମଠ।।

କିପରି ହୋଇବ ଆଉ ଏ ନୀତି

ଦିଶୁନାହିଁ କିଛି ବାଟ

ଅତୀତ ଗୌରବର କୀର୍ତ୍ତିସ୍ତମ୍ଭ

ପ୍ରଶାସନ କରେ ଧ୍ବଂସ।।

ସରକାରଙ୍କ ନିଷ୍ପତ୍ତିକୁ ମାନି

ଚାଲୁଛି ଲୌହ ମାନବ

ମୁହୁର୍ତ୍ତକେ ଧୂଳିସାତ୍ କରୁଛି

ବିଶ୍ବ ଐତିହ୍ଯର ଚିହ୍ନ।।

ଚକାଆଖି ମେଲି ଦେଖୁଛ ତୁମେ

ଧ୍ବଂସର ତାଣ୍ଡବ ଲୀଳା

ମଠ ପରମ୍ପରା ଲୋପ ପାଉଛି

ଲାଗୁନି ତୁମକୁ ବାଧା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy