STORYMIRROR

kahnu charan sahu

Abstract Romance Others

3  

kahnu charan sahu

Abstract Romance Others

ଧାରେ ହସ

ଧାରେ ହସ

1 min
163


ଭାବନାରେ ଭିଜି

ସପନରେ ଖୋଜିବାପରେ

ହୃଦୟର ପ୍ରୟାସ ପଚାରିବାକୁ 

ପ୍ରଶ୍ନଟିଏ...?


ଯେବେ ପ୍ରଶ୍ନର ଉତ୍ତର 

ମିଳିବା ଆଗରୁ 

ସପନ ଦେଖୁଥିବା ଦୁଇ ଆଖି

ଆପେ ଆପେ ଭିଜିଯାଏ


କିଛି କହିବାକୁ ଚାହୁଁଥିବା ଓଠ

ତୁନି ରହିବାର ପ୍ରଚେଷ୍ଟାରେ

ହୃଦୟର ସହସ୍ରାଧିକ ଭାବନାକୁ

ମାରିବାକୁ ମନସ୍ତ କରିନିଏ 

ଉଠୁଥିବା କୋହର ତରଙ୍ଗକୁ

ଇନ୍ଦଧନୁର ସାତରଙ୍ଗେ ସଜେଇ ଦିଏ...


କେହିଜଣେ ଚିତ୍କାର କରୁଥାଏ

ଶୁଣୁଛ....ଏଇ ଶୁଣୁଛ 

ଶୁଣିଲନି ଯେ....କ'ଣ ହେଇଛି ତମର

ଦୁଃଖ କର ନାହିଁ 

ମୁଁ ବଦଳିଯିବି, ଖାସ ତୁମ ଓଠରେ

ଧାରେ ହସ ଦେଖିବା ପାଇଁ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract