STORYMIRROR

MADHU MITA

Tragedy

3  

MADHU MITA

Tragedy

ଧାରେ ହସ ଗାରେ ଲୁହ

ଧାରେ ହସ ଗାରେ ଲୁହ

1 min
186

ରଙ୍ଗ ଅଧରରେ ହସ ଖେଳେଇ

ପାରିବକି କେବେ ଲୁହ ଗଡ଼ାଇ

ସତରେ କୁହ

ଜାଣିଛ କି କେବେ

କଣ ସେ ଲୁହ ।


ଅକୁହା କଥା ର ଅକ୍ଷର ମାଳା

କେବେ କ୍ରୋଧ କେବେ ସ୍ନେହରେ ବୋଳା

ତତଲା ଲୁହ

ଦେଖିଛକି କେବେ

ତୁଟାଏ ମୋହ ।


ଆପଣା ଦେଖିଲେ ବାହାରି ଯାଏ

ଦୁରଦେଶେ ଥିଲେ କନ୍ଦାଇ ଥାଏ

ଖୁସିରେ ଆସେ

ଦୁଃଖରେ ଭାଷେ

ଆସେ ନିରାଶେ ।


ତୁମକୁ ଦେଖିଲେ ରହେନି ଜମା

ମନ କଥା କହି ମାଗେ ମୁଁ କ୍ଷମା

ଏ ଲୁହ ଭାର

ମିଟେଇ ନ ଦେଉ

ହସ ତୁମର ।


Rate this content
Log in

Similar oriya poem from Tragedy