STORYMIRROR

ଲିମନ ଦିଦି

Comedy Inspirational

3  

ଲିମନ ଦିଦି

Comedy Inspirational

ଧାର୍ କରି କାର୍

ଧାର୍ କରି କାର୍

1 min
417


 ଗାଡି ଖଣ୍ଡେ ଚଢିବାକୁ ଭାରି ମନ

ହେଲେ ବାଧକ ଧନ

 ଅମାନିଆ ଇଚ୍ଛା ଅବୋଲକରା

ଖାଲି ହୁଏ କନକନ


ଗାଡିଗୁଡାକୁ ଚାହିଁଥାଏ

ଅପୂର୍ବ ଚିଜ ପରି

ଗାତକୁ ଯାଉ ଖିଆପିଆ

ହେଲାଣି କେତେ ସରି

ଗାଡି ତ ଗାଡି କାର୍ କିଣାହେଲା

କରି ଧାର୍ କରଜ

ଧାର୍ କରି ତେଲ ପକାଗଲା

ଭାରି କିଛି ଦିନ ମଉଜ

ଗାଡି ସଜବାଜ ଥରକୁ ଥର

କରାଗଲା ଧାର୍ କରି

ଧାର୍ କରି କରି ଧାରୁଆ ହେଲା ଯେ

ଟିକେ ମୁଣ୍ଡ ହେଲା ଘିରି ଘିରି

ଇଏ ମାଗିଲା ସିଏ କହିଲା

" କେବେ ଦେବୁରେ ପଇସା "

ମନକୁ ଆସିଲା କି କଲି ! କି କଲି !

କାର୍ ଚଢା ହେଲା ଦଶା

ବିକିଲା କାର୍ ଶୁଝିଲା ଧାର୍

ମନ ହେଲା ଟିକେ ସ୍ଥିର

ମନରେ ଆଉ କେବେ କରିବୁନି

" ଧାର୍ କରି କାର୍.......! "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy