STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

ଦଗ୍ଧ ଫୁଲବନ

ଦଗ୍ଧ ଫୁଲବନ

1 min
170

ଏ ଜୀବନେ ଯୌବନ ଏକ ଫୁଲବନ

ସୁନ୍ଦର ପ୍ରଜାପତି ଯେ ତାର ଏ ମନ 

ପ୍ରେମର ମୃଦୁ ମଳୟ ବହି ଆଣେ 

ସାଥେ ତାର ଫଗୁଣର ମଧୁ କୁହୁ ତାନ। 


ଜାତି ଜାତି କେତେ ରଙ୍ଗ ବୋଳି 

ଫୁଲ ଫୁଟି ଯାଏ ଏ ମନର ଡାଳେ  

ପାଖୁଡା ମେଳାଇ ହସ ବାଣ୍ଟି ବୁଲେ 

ସୁବାସ ମହକାଇ ଦେଇ ଅନ୍ତରାଳେ। 


ଭଲ ପାଇବାର ଶିଶିର ବିନ୍ଦୁ 

ଲାଗିଯାଏ ଯେବେ ତାର ପାଖୁଡାରେ  

ବାଳୁତ ରବିର ସୁନେଲି କିରଣରେ 

ଝଲସି ଉଠେ ତା' ଛଟା ସପନରେ। 


ଆଶା ଆଶାରେ ଖେଳେ ଚକା ଭଉଁରୀ 

ହୃଦ ମୋହି ନିଏ କରି କାଉଁରୀ  

ମନ ଭଅଁର ଭ୍ରମଇ ସାତ ସମୁଦ୍ର ପାରି 

ତନୁଲତାକୁ ସଜାଇ ଦିଶେ ସରଗ ପରୀ। 


ଉଜାଗର ରହି ଜାଳେ ସେ ଦୀପାଳୀ

ଆସିବ କେଉଁ ରାଜକୁମାର ଘୋଡା ଚଢି  

ପଲକେ ପଲକେ ଦେହେ ଦାହ ହୁଏ 

କାମନାର କେତେ ଆଶା କଢି।  


ବିଚ୍ଛେଦ ଯନ୍ତ୍ରଣା ହୁଏ ନାହିଁ ସହି 

ଏ ରଙ୍ଗ ବେରଙ୍ଗ ହୁଏ ବିରହ କାଳେ  

ଅନଳ ସମ ଦେହ ଜଳି ଜାଳି ଦିଏ 

ଲାଗେ ପ୍ରାଣ ନିଶ୍ଚେ ଯିବ ଯମାଳୟେ। 


ଦିବାଲୋକ ଅବା ତାରା ଭରା ଜହ୍ନରାତି  

ଘନ ଅନ୍ଧାର ଲାଗେ ଯାଇଛି କି ରାହୁଗ୍ରାସୀ  

କିଛି ବି ଲାଗେନା ଭଲ ଖାଲି ଅନ୍ତର୍ଦାହ 

ବୁଝେନା ମନ ବୁଝାଇଲେ ବି ପ୍ରତିବେଶୀ। 


ଏ ଯୌବନ ଲାଗେ ଦଗ୍ଧ ଫୁଲବନ 

ବିରହ ନିଆଁରେ ଯାଇଛି ଅବା ପୋଡି  

ଭାଙ୍ଗିଗଲେ କୋମଳ ହୃଦୟଟା ଥରେ 

କିଛି ଉପଚାର ନାହିଁ ଦେବାକୁ ଯୋଡି। 


ସନ୍ତାପେ ବାହୁନି କପାଳକୁ ନିନ୍ଦେ 

ହାୟରେ ବିଧାତା ଏ କି ଦୁଃଖ ଦେଲୁ  

ଏତେ ଯତନରେ ସାଇତା ସପନ ମୋ 

ଅଧା ନିଦରେ ଭାଙ୍ଗି କି ଲାଭ ପାଇଲୁ ?

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy