ଦେଶପାଇଁ ଏଠି ଜୀବନ ଦିଅନ୍ତି
ଦେଶପାଇଁ ଏଠି ଜୀବନ ଦିଅନ୍ତି
ତ୍ରିରଙ୍ଗା ଛୁଇଁକି ଶପଥ କରିବା
ଆସ ଭାଇ ହସି ହସି,
ଅନ୍ୟାୟ ଦୁର୍ନୀତି ହେବାକୁ ଦେବାନି
ଜାଗି ଉଠ ଦେଶ ବାସୀ ।
ଜାତି ଭେଦ ନାହିଁ ଭାରତ ଭୂମିରେ
ସର୍ବେ ଏଠି ଭାଇ ଭାଇ,
ଭାରତ ମାଆର ସୁରକ୍ଷା ନିମନ୍ତେ
ହାତକୁ ଦେବା ମିଶେଇ ।
ଦେଶପାଇଁ ଏଠି ଜୀବନ ଦିଅନ୍ତି
କେତେ ଯେ ସୈନିକ ଗଣ,
ବେତନ ସହିତ ଖାଦ୍ୟପେୟ ପ୍ରତି
ଧ୍ୟାନ ଦିଏନି ପ୍ରଶାସନ ।
ଉମା ନାରାୟଣୀ ଦୁର୍ଗା ଶାକମ୍ବରୀ
ଏଇ ଭାରତର ନାରୀ,
ମାତୃରୂପା ଏଇ ଭାରତ ମାଆର
ସେବା କରି ହେବା ପାରି ।
ଜାଗି ଉଠ ଆହେ ସୈନିକ ଗଣ
ନେଇ ମନେ ଉନ୍ମାଦନା,
ପ୍ରଚାରିତ କରି ବାରତା ତାଙ୍କର
ଭରହେ ନବ ଚେତନା।
ମାନବ ପ୍ରେମର ପ୍ରଦୀପ ଜଳାଅ
ଦେଶ ଆଲୋକିତ କରି,
ଦେଶ ପ୍ରେମ ନାଵ ଚଳାଅ ତୁରିତେ
ଭାରତୀୟ କାତ ଧରି ।।
କେ.ନିର୍ମଳ
ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)
nirmaln270@gmail.com
