Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

4  

KRUTIBAS NAYAK

Inspirational Children

ଦେଶବନ୍ଦନା: ଜଗାଇବି ଦେଶପ୍ରୀତିକୁ -ଡକ୍ଟର କୃତ୍ତିବାସ ନାୟକ

ଦେଶବନ୍ଦନା: ଜଗାଇବି ଦେଶପ୍ରୀତିକୁ -ଡକ୍ଟର କୃତ୍ତିବାସ ନାୟକ

1 min
410



ଭାରି ଭଲଲାଗେ ମୋତେ, ଗାଇବାକୁ ଆଜି ସତେ-

ଜନନୀ ଜନମଭୂଇଁ ଗୀତିକୁ,

କହିବାକୁ କାନେ କାନେ ଜଗାଇ ପୁଲକ ମନେ-

ମୈତ୍ରୀ ଅହିଂସାର ଧର୍ମ ନୀତିକୁ |(ଘୋଷା )



ନାହିଁ ଆମ ଭିନ୍ନାଭିନ୍ନ, ଥାଉ ଯେତେ ଜାତି ବର୍ଣ୍ଣ |

ତୁଣ୍ଡରେ ଅନେକ ଭାଷା, ହୃଦୟେ ଗୋଟିଏ ଆଶା |

ସେହି ଆମ ଗଉରଵ, ବୁଣେ ଯାହା ସଉରଭ- 

କିଏ ସରିହେବ ଏଇ ଜାତିକୁ ?

ଭାରି ଭଲଲାଗେ ମୋତେ ଗାଇବାକୁ ଆଜି ସତେ-

ଜନନୀ ଜନମଭୂଇଁ ଗୀତିକୁ,

କହିବାକୁ କାନେ କାନେ ଜଗାଇ ପୁଲକ ମନେ-

ମୈତ୍ରୀ ଅହିଂସାର ଧର୍ମ ନୀତିକୁ |(1 )


ହୋଇବା ଦେଶର ଭକ୍ତ, ଲୋଡ଼ାହେଲେ ଦେବା ରକ୍ତ |

ଅବୁଝାକୁ ବୁଝେଇବା, ବନ୍ଧୁ ହାତ ବଢେଇବା |

ରଖିବା ତା'ର ମହତ, ମସ୍ତକ ରଖି ଉନ୍ନତ-

ଜଗାଇବା ଦେଶେ ଦେଶ ପ୍ରୀତିକୁ |

ଭାରି ଭଲଲାଗେ ମୋତେ ଗାଇବାକୁ ଆଜି ସତେ-

ଜନନୀ ଜନମଭୂଇଁ ଗୀତିକୁ,

କହିବାକୁ କାନେ କାନେ ଜଗାଇ ପୁଲକ ମନେ-

ମୈତ୍ରୀ ଅହିଂସା ଧର୍ମ ନୀତିକୁ |(2)



Rate this content
Log in

Similar oriya poem from Inspirational