Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ଦେଶ ବନ୍ଦନା

ଦେଶ ବନ୍ଦନା

1 min
283


କୋଟି ଜନଗଣ ପ୍ରାଣର ଜନନୀ-ପବିତ୍ର ଭରତ ଭୂଇଁ,

ମୋ ଜୀବନ ଧନ୍ୟ ହୋଇଛି ନିଶ୍ଚୟ- 

ତା' କୋଳେ ଜନମ ହୋଇ | (ଘୋଷା )


ଏ'ମାଟି ମହିମା ଜାଣି, ପୂଜନ୍ତି ଜ୍ଞାନୀ ବିଜ୍ଞାନୀ |,

ଗଙ୍ଗା ଗୋଦାବରୀ ସାଗର ସହିତ ଦିଅନ୍ତି ଚରଣ ଧୋଇ |

କୋଟି ଜନଗଣ ପ୍ରାଣର ଜନନୀ-

ପବିତ୍ର ଭାରତ ଭୂଇଁ | (1)


ପଥର ଏଠି ଶଙ୍କର, ମାଟିରେ ଗଢା ଠାକୁର |

ଅବତାର ନେଇ ଆସନ୍ତି ଦେବତା ଏ' ମାଟି ଛୁଇଁବା ପାଇଁ |

କୋଟି ଜନଗଣ ପ୍ରାଣର ଜନନୀ-

ପବିତ୍ର ଭାରତ ଭୂଇଁ | (2)


ନାନାଜାତି ନାନାଭାଷା, ଆମର ଆଶା ଭରସା |

ବୃକ୍ଷ-ଲତା ପାଣି-ପବନ ଏଇଠି ପୂଜିତ ଦେବତା ହୋଇ |

କୋଟି ଜନଗଣ ପ୍ରାଣର ଜନନୀ-

ପବିତ୍ର ଭାରତ ଭୂଇଁ |(3)


Rate this content
Log in

Similar oriya poem from Classics