STORYMIRROR

Jagannath Barik

Inspirational

4  

Jagannath Barik

Inspirational

ଦେଶ ବନ୍ଦନା

ଦେଶ ବନ୍ଦନା

1 min
448



ଧର୍ମ ଭୂମି କର୍ମ ଭୂମି ପୁଣ୍ୟ ଭୂମି ଭାରତ

କୀର୍ତ୍ତି କିରୀଟିନୀ ମାତ ଜ୍ଞାତ ବିଶ୍ୱଜଗତ |


ପବିତ୍ର ଓଁକାର ଧ୍ୱନି ଏ ଭୂମିରୁ ଧ୍ବନିତ

ବେଦମାତା ଗାୟତ୍ରୀ ସାବିତ୍ରୀ ମନ୍ତ୍ରେ ମନ୍ତ୍ରିତ |


ଜ୍ଞାନ ବିଜ୍ଞାନର ଦେଶ ମୁନି ଋଷି ସେବିତ

ସ୍ବର୍ଣ୍ଣପ୍ରସୂ ଶୌର୍ଯ୍ୟପ୍ରସୂ ବୀରପ୍ରସୂ ବିଦିତ |


ଦେବ ଲୀଳାଭୂମି ଏତ ଶୁଦ୍ଧ ପୂତ ପବିତ୍ର

ମର୍ତ୍ତ୍ୟର ଅମରାବତୀ ସର୍ବ ଶୋଭା ମଣ୍ଡିତ |


ସର୍ବ ଧର୍ମ ସୂକ୍ଷ୍ମ ମର୍ମ ପରିପୂର୍ଣ୍ଣ ଶାଶ୍ୱତ

ପଦ ସ୍ପର୍ଶ ପାଇ ହୃଷ୍ଟ ସିନ୍ଧୁ ନାଚେ ସତତ |


ବୃକ୍ଷ ଲତା ପଶୁ ପକ୍ଷୀ ଯେ ଭୂମିରେ ପୂଜିତ

ରାମ କୃଷ୍ଣ ବୁଦ୍ଧ ଜିନ ଯହିଁ ହେଲେ ଉଦିତ |


ପୂଣ୍ୟଶ୍ଳୋକ ଭରତଙ୍କ ନାମେ ଦେଶ ନାମିତ

ରସାର ସାର ସରସ ଜଗଜ୍ଜ

ନ ବନ୍ଦିତ |


ଝରେ ଯହିଁ ବାଲ୍ମୀକର କଣ୍ଠୁ ରାମ ଚରିତ

ବେଦବ୍ୟାସ ବିରଚିଲେ ଯହିଁ ମହାଭାରତ |


ତ୍ରୈଲୋକ୍ୟ ପାବିନୀ ଗଙ୍ଗା ଯେଉଁ ଦେଶେ ପ୍ଲାବିତ

ବ୍ରହ୍ମପୁତ୍ର ମହାନଦୀ ଗୋଦାବରୀ ସରିତ |


ଗିରିରାଜ ହିମାଳୟ ଯା ମସ୍ତକ ମଣ୍ଡିତ

ଚାରି ଧାମ ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭିତ |


ଧର୍ମ ନିରପେକ୍ଷ ରାଷ୍ଟ୍ର ଶାନ୍ତି ମୈତ୍ରୀ ଧାରିତ

ବିଭିନ୍ନତା ତଳେ ଯାର ଐକ୍ୟ ଟାଣ ରାଜିତ |


ଲାଲ ବାଲ ପାଲ ଗାନ୍ଧୀ ସୁଭାଷ ପଟେଲତ

ଅଟଳ ନରେନ୍ଦ୍ର ପାଇଁ ଗର୍ବିତ ଏ ଭାରତ |


ଇନ୍ଦିରା ପ୍ରତିଭା ବୀରା ରାଣୀ ଲକ୍ଷ୍ମୀବାଇତ

ନାରୀ ଜାଗରଣେ ଯେଉଁ ଦେଶ ବିଶ୍ୱବନ୍ଦିତ |


ଜୟ ଜୟ ହିନ୍ଦୁସ୍ଥାନ ଜୟ ଆର୍ଯ୍ୟାବରତ୍ତ

ଜୟ ମା ଜନମଭୂଇଁ ଜୟ ଜୟ ଭାରତ |



Rate this content
Log in

Similar oriya poem from Inspirational