Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others Children

2  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା

ଦେଶ ବନ୍ଦନା

1 min
223



ସ୍ଵାଧୀନତା ସୂର୍ଯ୍ୟ ଉଇଁଛି ଦେଶରେ ନାଶି ଅମା ଅନ୍ଧକାର,

ଦେଶ ଗଠନର ବିକାଶର ପଥ ହେଇଗଲା ପରିଷ୍କାର ।(ଘୋଷା)


ଆମର ଜୀବନେ ଆଦର୍ଶ ହୋଇବେ ଗାନ୍ଧୀ ସୁଭାଷ ଶାସ୍ତ୍ରୀଜି । 

ସହିଦ ସୈନିକ ତ୍ୟାଗବୀର ଯେତେ ପଟେଲ ନେହେରୁ ଶିବାଜୀ ।

ନିଜେ ଜଳି ଯିଏ ଆଲୋକ ଦେଖାଏ ଜୀବନ ଧନ୍ୟ ତାହାର ।

ସ୍ଵାଧୀନତା ସୂର୍ଯ୍ୟ ଉଇଁଛି ଦେଶରେ ନାଶି ଅମା ଅନ୍ଧକାର,

ଦେଶ ଗଠନର ବିକାଶର ପଥ ହେଇଗଲା ପରିଷ୍କାର । (1)


ଏକତାର ଖମ୍ବ ସତେ କେଡ଼େ ଦମ୍ଭ ଭାଙ୍ଗିବାକୁ ବଳ କା'ର ?

ମଇଁଷିର ଶିଙ୍ଗ ଦିଶେ ସିନା ଫଟା ଯୁଦ୍ଧରେ ସିଏ ପଥର ।

ସତ୍ୟ-ଧର୍ମ ପାଇଁ ଲଢିବାରେ ମିଶି ଥାଉ ଯେତେ ମତାନ୍ତର ।

ସ୍ଵାଧୀନତା ସୂର୍ଯ୍ୟ ଉଇଁଛି ଦେଶରେ ନାଶି ଅମା ଅନ୍ଧକାର,

ଦେଶ ଗଠନର ବିକାଶର ପଥ ହେଇଗଲା ପରିଷ୍କାର ।(2)




Rate this content
Log in

Similar oriya poem from Inspirational