STORYMIRROR

KRUTIBAS NAYAK

Inspirational Others Children

2  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା କରୁ ତାକୁ ନମସ୍କାର

ଦେଶ ବନ୍ଦନା କରୁ ତାକୁ ନମସ୍କାର

1 min
222


ଜାତିର ଗରବ ତ୍ରିରଙ୍ଗା ପତାକା ଉଡ଼େ ଦେଖ ଫରଫର,

ତିନି ରଙ୍ଗ ତା'ର ତିନୋଟି ମହାନ ଶକତିର ସମାହାର ।(ଘୋଷା)


ପ୍ରଥମ ନାରଙ୍ଗୀ ମମତା ପ୍ରତୀକ ଦ୍ଵିତୀୟ ସ୍ୱଚ୍ଛ ଧବଳ,

ତୃତୀୟ ସବୁଜ ଆଣେ ମୈତ୍ରୀଭାବ ହୃଦୟେ ଜଗାଇ ବଳ ।

ଶାନ୍ତିର ପ୍ରତୀକ ଅଶୋକ ଚକ୍ରଟି କହେ ଧର୍ମ ଏକା ସାର ।

ଜାତିର ଗରବ ତ୍ରିରଙ୍ଗା ପତାକା ଉଡ଼େ ଦେଖ ଫରଫର,

ତିନି ରଙ୍ଗ ତା'ର ତିନୋଟି ମହାନ ଶକତିର ସମାହାର ।(୧)


ମମତା ବନ୍ଧୁତା କପଟହୀନତା ଶରଧାରେ ସିନା ବଶ,

ଅରିପାଶେ ପୁଣି ସାଜେ ସିଂହରାଜା ଏହି ମୋ ଭାରତ ଦେଶ ।

ଧନ୍ୟ ଆମେ ଯେତେ ଭାରତ ସନ୍ତାନ କରୁ ତାକୁ ନମସ୍କାର ।

ଜାତିର ଗରବ ତ୍ରିରଙ୍ଗା ପତାକା ଉଡ଼େ ଦେଖ ଫରଫର,

ତିନି ରଙ୍ଗ ତା'ର ତିନୋଟି ମହାନ ଶକତିର ସମାହାର ।(୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational