ଦେଶ ବନ୍ଦନା: କାମଧେନୁ ମୋର ଦେଶ -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା: କାମଧେନୁ ମୋର ଦେଶ -ଡକ୍ଟର କୃତ୍ତିବାସ ନାୟକ


ଦେଶ ବନ୍ଦନା: କାମଧେନୁ ମୋର ଦେଶ
-ଡକ୍ଟର କୃତ୍ତିବାସ ନାୟକ
କୋଟି ସନ୍ତାନର ଜନନୀ ଭାରତ ସତେ କାମଧେନୁ ପରା |
ତା' ଚିରେ ଫିଟିଛି ଗଙ୍ଗା-ଯମୁନାର ଅନେକ ଅମୃତ ଧାରା | (ଘୋଷା )
କରୁଛି ପୂରଣ ମନର କାମନା ଜଗାଇ ପରାଣେ ଆଶା,
ଫିଙ୍ଗି ଦେଇଛି ସେ କାଳ ଲହଡ଼ିକୁ ଭାଙ୍ଗିଛି ବଇରୀ ନିଶା |
ଅରିପାଇଁ ତା'ର ନୟନରେ ନିଆଁ ମୋ ପାଇଁ ମମତା ଭରା |
କୋଟି ସନ୍ତାନର ଜନନୀ ଭାରତ ସତେ କାମଧେନୁ ପରା |
ତା' ଚିରେ ଫିଟିଛି ଗଙ୍ଗା-ଯମୁନାର ଅନେକ ଅମୃତ ଧାରା | (1 )
ସରଗ ରାଇଜ କାମୁଧେନୁ ଇଏ ମରତେ କରିଛି ବାସ,
ହସରେ ତାହାର କୋଟି କୋଟି ପ୍ରାଣେ ଝରିପଡ଼େ ଖାଲି ହସ |
ଭାରତ ଜନନୀ କାମଧେନୁ ପାଇଁ ଧନ୍ୟ ହୋଇଛି ଏ ଧରା |
କୋଟି ସନ୍ତାନର ଜନନୀ ଭାରତ ସତେ କାମଧେନୁ ପରା |
ତା' ଚିରେ ଫିଟିଛି ଗଙ୍ଗା-ଯମୁନାର ଅନେକ ଅମୃତ ଧାରା | (2 )