Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଦେଶ ବନ୍ଦନା : ଜନମ ଦିନରୁ ଭଲପାଏ ତାକୁ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା : ଜନମ ଦିନରୁ ଭଲପାଏ ତାକୁ -ଡକ୍ଟର କୃତ୍ତିବାସ ନାୟକ

1 min
264



ଜନମ ଦିନରୁ ଭଲପାଏ ତାକୁ ସେହି ମୋ ଜନମ ଭୂଇଁ,

ତା' ପାଣି ପବନ ଅମୃତ ସମାନ ସେ ସବୁ ଆମରି ପାଇଁ |(ଘୋଷା)


ତା'ର ବିଲ-ବଣ ଯେତେ ଫୁଲ-ଫଳ ବହିଯାଏ ଯେତେ ନଈ,

ତା' ର ସବୁଜିମା ସୁଷମା ମାଧୁରୀ ଯାଏ ଶୀତଳତା ଦେଇ |

ସେ ଦେଶର ଜୀବ ପଶୁ-ପକ୍ଷୀ ରାବ ଶୁଭଇ ସଂଗୀତ ହୋଇ |

ଜନମ ଦିନରୁ ଭଲପାଏ ତାକୁ ସେହି ମୋ ଜନମ ଭୂଇଁ,

ତା' ପାଣି ପବନ ଅମୃତ ସମାନ ସେ ସବୁ ଆମରି ପାଇଁ | (1)


ତା'ର ଧୂଳିକଣା ପ୍ରସାଦରେ ଗଣା ମଥାରେ ହେଉଛି ବୋଳି,

ତା' ମାନ ମହତ ଗର୍ବ ଗଉରବ ରଖିବି ରକତ ଢାଳି |

ମୋତେ ଭଲପାଏ ମୁହିଁ ଭଲପାଏ ରହିବ ସନ୍ତକ ହୋଇ |

ଜନମ ଦିନରୁ ଭଲପାଏ ତାକୁ ସେହି ମୋ ଜନମ ଭୂଇଁ,

ତା' ପାଣି ପବନ ଅମୃତ ସମାନ ସେ ସବୁ ଆମରି ପାଇଁ |(2)



Rate this content
Log in

Similar oriya poem from Inspirational