ଦେଶ ବନ୍ଦନା : ଗଉରବମୟୀ ମମତାମୟୀ ଗୋ -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା : ଗଉରବମୟୀ ମମତାମୟୀ ଗୋ -ଡକ୍ଟର କୃତ୍ତିବାସ ନାୟକ


ଗଉରବମୟୀ ମମତାମୟୀ ଗୋ ଜନନୀ ଜନମ ଭୂଇଁ,
ଯୁଗଯୁଗ ଧରି ସାଗର ତୋହର ଚରଣକୁ ଯାଏ ଚୁମି | (ଘୋଷା)
ତୋ' କୋଳେ ଜନମି କେତେ ସୁର ବୀର,
ଢାଳିଲେ ରକତ ଟେକି ତୋର ଶିର |
ମୁକ୍ତିର ମଶାଲ ଭକ୍ତିଫୁଲ ସିଏ ସନ୍ତାନ ଭିତରେ ମଣି |
ଗଉରବମୟୀ ମମତାମୟୀ ଗୋ ଜନନୀ ଜନମ ଭୂଇଁ,
ଯୁଗଯୁଗ ଧରି ସାଗର ତୋହର ଚରଣକୁ ଯାଏ ଚୁମି | (1)
ମଳୟ ମରୁତ ତୋର ଗୀତ ଗାଏ,
କୋଇଲିର ସୁର ମନ ମୋହି ନିଏ |
ତୋର ପୂଜା ପାଇଁ ପାଦପ ରାଜିଏ ପୁଷ୍ପକୁ ଦିଅନ୍ତି ବୁଣି |
ଗଉରବମୟୀ ମମତାମୟୀ ଗୋ ଜନନୀ ଜନମ ଭୂଇଁ,
ଯୁଗଯୁଗ ଧରି ସାଗର ତୋହର ଚରଣକୁ ଯାଏ ଚୁମି | (2)
ଜନମେ ଜନମେ ତୋ ସେବା କାରଣେ,
ମଥା ରଖିଥିବି ତୋହର ଚରଣେ |
ମୋ ସାହା ଭରସା ହୋଇ ରହିଥିବ ମାଆର ପଣତ କାନି |
ଗଉରବମୟୀ ମମତାମୟୀ ଗୋ ଜନନୀ ଜନମ ଭୂଇଁ,
ଯୁଗଯୁଗ ଧରି ସାଗର ତୋହର ଚରଣକୁ ଯାଏ ଚୁମି | (3)