ଦେଶ ବନ୍ଦନା: ଏ' ଦେଶ ମାଟିରେ -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା: ଏ' ଦେଶ ମାଟିରେ -ଡକ୍ଟର କୃତ୍ତିବାସ ନାୟକ
ଏ ଦେଶ ମାଟିରେ ଫୁଟିଉଠେ ସିନା କୋଟି କୋଟି ଶତଦଳ,
ଏ ଦେଶ ମାଟିରେ ବହିଯାଏ ପୁଣି ଗଙ୍ଗାର ଅମୃତ ଜଳ | (ଘୋଷା)
ଏ ଦେଶ ସାଗରେ ଅନେକ ଲହଡ଼ି,
ଖୋଲିଦିଏ କେତେ କାହାଣୀର ପେଡ଼ି |
ଏ ଦେଶ ପାହାଡ଼ ଉଚ୍ଚ ପରବତ ବଢାଏ ଜାତିର ବଳ |
ଏ ଦେଶ ମାଟିରେ ଫୁଟିଉଠେ ସିନା କୋଟି କୋଟି ଶତଦଳ,
ଏ ଦେଶ ମାଟିରେ ବହିଯାଏ ପୁଣି ଗଙ୍ଗାର ଅମୃତ ଜଳ | (1)
ଏ ଦେଶ ଗରଭେ ଭରିଛି ରତନ,
ପଥରରେ ପୁଣି ରହିଛି ଜୀବନ |
ଏ ଦେଶ ପବନ ଗାଏ ସୁଧାଗୀତି ମନକରି ନିରିମଳ | |
ଏ ଦେଶ ମାଟିରେ ଫୁଟିଉଠେ ସିନା କୋଟି କୋଟି ଶତଦଳ,
ଏ ଦେଶ ମାଟିରେ ବହିଜାଏ ପୁଣି ଗଙ୍ଗାର ଅମୃତ ଜଳ | (2)