Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.
Revolutionize India's governance. Click now to secure 'Factory Resets of Governance Rules'—a blueprint for a fair and prosperous future.

KRUTIBAS NAYAK

Inspirational Children

4  

KRUTIBAS NAYAK

Inspirational Children

ଦେଶ ବନ୍ଦନା -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା -ଡକ୍ଟର କୃତ୍ତିବାସ ନାୟକ

1 min
4



ଅନେକ ଦେଶ ଅଛି ଜଗତେ ଅନେକ ଗୁଣ ବହି,

ଭାରତ ପରି ସୁନାର ଦେଶ ଆଉ କେଉଁଠି ନାହିଁ |(ଘୋଷା )


ଅନେକ ରୂପ ଅନେକ ରଙ୍ଗ ଅନେକ ବେଶ-ଭୂଷା,

ଅନେକ ରୀତି-ନୀତି ଏଇଠି ଚଳେ ଅନେକ ଭାଷା |

ଗୋଟିଏ ମାଆ ଭରତମାତା କୋଟିଏ ଭାଇ-ଭାଇ | 

ଭାରତ ପରି ସୁନାର ଦେଶ ଆଉ କେଉଁଠି ନାହିଁ |(1)


ଏକତା ସିନା ବଳ ଆମର ବିଚାର ଭିନ୍ନ ଭିନ୍ନ, 

ତ୍ରିରଙ୍ଗା ଆମ ଆଶା ବିଶ୍ଵାସ ପ୍ରଗତି ଚକ୍ର ଚିହ୍ନ |

ସାରା ବିଶ୍ଵକୁ କୁଟୁମ୍ବ ମଣୁ ଶାନ୍ତିର ବାର୍ତ୍ତାଦେଇ |

ଭାରତ ପରି ସୁନାର ଦେଶ ଆଉ କେଉଁଠି ନାହିଁ |(2)


ଖାଲି ସ୍ଵାଧୀନ ନୁହେଁ ମୋ ଦେଶ ଶାସନ ଗଣତନ୍ତ୍ର,

ମୋ ଦେଶ ନଦୀ ମାତୃକା ପୁଣି ଅହିଂସା ଆମ ମନ୍ତ୍ର |

ପବିତ୍ର ଭୂମି ଜାଣି ସାଗର ଦିଏ ପାଦକୁ ଧୋଇ |

ଭାରତ ପରି ସୁନାର ଦେଶ ଆଉ କେଉଁଠି ନାହିଁ |(3)



Rate this content
Log in

Similar oriya poem from Inspirational