Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Others Children

2  

KRUTIBAS NAYAK

Inspirational Others Children

ଦେଶ ବନ୍ଦନା: ବନ୍ଦେ ଭାରତ ଜନନୀ

ଦେଶ ବନ୍ଦନା: ବନ୍ଦେ ଭାରତ ଜନନୀ

1 min
186



ବନ୍ଦେ ଭାରତ ଜନନୀ, ବନ୍ଦେ ଭରତ ଜନନୀ ।

କୋଟି କୋଟି ଜନ ପ୍ରାଣର ସ୍ପନ୍ଦନ-ଜନନୀ ଜନନୀ ଜନନୀ । (ଘୋଷା)


ମାଟି ତା' ମଥା ଚନ୍ଦନ, ଅମୃତ ପାଣି-ପବନ ।

ସ୍ଵର୍ଣ୍ଣଗର୍ଭା ପୁଣି ପୂର୍ଣ୍ଣଗର୍ଭା ସେହି ସକଳ ସୁଖ ଦାୟିନୀ ।

ବନ୍ଦେ ଭାରତ ଜନନୀ, ବନ୍ଦେ ଭରତ ଜନନୀ ।

କୋଟି କୋଟି ଜନ ପ୍ରାଣର ସ୍ପନ୍ଦନ-ଜନନୀ ଜନନୀ ଜନନୀ ।


ତା' କୋଳେ ମଥୁରା ପୁରୀ, ଗଙ୍ଗା ଯମୁନା କାବେରୀ ।

ଲକ୍ଷେ ଧର୍ମପୀଠ ସବୁ ତ ପବିତ୍ର ତ୍ରିବେଣୀ ତୀର୍ଥରେ ମଣି ।

ବନ୍ଦେ ଭାରତ ଜନନୀ, ବନ୍ଦେ ଭରତ ଜନନୀ ।

କୋଟି କୋଟି ଜନ ପ୍ରାଣର ସ୍ପନ୍ଦନ-ଜନନୀ ଜନନୀ ଜନନୀ ।


ବୀରଭୋଗ୍ୟା ମୋ ଭାରତ, ତା' ପାଇଁ ଦେବି ରକତ ।

ମର୍ତ୍ତ୍ୟର ସୁନ୍ଦରୀ ସର୍ବ ଗୁଣଧାରୀ ବିଶ୍ଵ ମାତାର ନନ୍ଦିନୀ ।

ବନ୍ଦେ ଭାରତ ଜନନୀ, ବନ୍ଦେ ଭରତ ଜନନୀ ।

କୋଟି କୋଟି ଜନ ପ୍ରାଣର ସ୍ପନ୍ଦନ-ଜନନୀ ଜନନୀ ଜନନୀ ।



Rate this content
Log in

Similar oriya poem from Inspirational