STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ଦେଲେ ଧରା

ଦେଲେ ଧରା

1 min
163

ଜୀବନ ଯାତ୍ରାରେ କେତେ ଖାଲ ଢ଼ିପ

କେତେବେଳେ ମରୁଭୂମି

ଜୁଆରିଆ ନଦୀ ପୁଣି ବର୍ଷାର ସମ୍ଭାର

ବେଳେବେଳେ ମନହୁଏ

ମେଘ ମାଳ ଦେଖି

ଚିଠି ଟିଏ ଲେଖି

ପ୍ରେମ ପ୍ରୀତ କରେ ନିବେଦନ

ଆଷାଢ଼ର ବାରି ପରି

ଭିଜାଭିଜା ଅନେକ ସପନ

ବୟସର କୃଷ୍ଟଚୁଡା ରଙ୍ଗଭରା

ତୁମରସେ ପ୍ରୀତିଝରା ଫୁଲ

ଗୋଟିଗୋଟି ପାଖୁଡାକୁ

ସାଉଁଟିବା ଭାବରେ ଅଧିର

ବାସ୍ତବରେ କାଳ୍ପନିକ ଭଲ

ରାଧା ପାଇଁ କୃଷ୍ଟ ବଂଶୀସ୍ଵନ

କେତେଦୂର ଥିଲେ ଭାନୁ

ପଦ୍ମିନୀ ଜୀବନ

ପରାଣ ପରାଗ ରେଣୁ ମତୁଆଲା ମକ୍ଷୀ

ଚାହେଁ ପ୍ରେମଭିକ୍ଷା ମାଗି

ମଧୁଭରା ରଜନୀ ସଜନୀ

ଦିନ କାଳ ତୁମରି ସୃତିରେ

ସୀମାହିନ ପ୍ରୀତି ର ପସରା

ଆକାଶ କୁ ଦେଖି ଧରା

ଥିଲେ ପାଶେ କଥା ସରେ

ଥାଏ ମଜା ଦୁରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract