STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଦେଖରେ ଭାରତବାସୀ

ଦେଖରେ ଭାରତବାସୀ

1 min
225

ଦେଖରେ ଭାରତ ମାଆ ସୁତା ସୁତ

ସଭିଙ୍କ ଭଲ କରମ

ଦେଖ ନାହିଁ କାର କୁ କର୍ମ ଯେ ତାର

ଦେଖ ତାର ସୁ କରମ


ଦୁନିଆ ରେ ନାହିଁ କେହି ଯେ ସମ୍ପୂର୍ଣ୍ଣ

ସର୍ବ ଗୁଣ ପରିପୂର୍ଣ୍ଣ

ସଭିଙ୍କ ଭିତରେ ଭଲ ମନ୍ଦ ଅଛି

ଦେଖ ଗୁଣ ତାର ସ୍ବର୍ଣ୍ଣ


ଦୁନିଆରେ ଯେବେ ସୁ କର୍ମ ବଢିବ

କୁ କର୍ମ ରହିବ ନାହିଁ

ସ୍ୱଜନ ସାଥିରେ ଦୁର୍ଜନ ରହିଲେ

ହେବ ଦିନେ ସାଧୁ ସେହି


ଆସରେ ସଭିଏଁ ନେବାରେ ଅନ୍ୟଠୁ

ଭଲଗୁଣ ନୀତି ତାର

ନେବା ନାହିଁ କାଠୁ କୁ ଶିକ୍ଷା କାହାଠୁ

ବିଛୁଆତି ଶିକ୍ଷା କାର


ସଭିଏଁ ଯଦି ରେ ସୁ କର୍ମ କରିବା

କହିବା ମଧୁର କଥା

ଭାରତେ ସବୁଠି ଫୁଟିବ ହସଟି

ରହିବନି କିଛି ବ୍ୟଥା


ତେଣୁ ଭାଇ ମୋର ବନ୍ଧୁ ପରିଜନ

ଆସରେ ଶପଥ ନେବା

କରିବା ସୁ କର୍ମ କରାଇବା କର୍ମ

ଶାନ୍ତି ମୈତ୍ରୀ ଭୋରୀ ଦେବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract