"ଦେଖିଛ କି'କେହି କୁହ"
"ଦେଖିଛ କି'କେହି କୁହ"
ଏମିତିକା ଦେଶ ଦେଖିଛ କି' କେହି
ଦେଖିଥିବ ଯଦି କୁହ
ଗଙ୍ଗା ଧୋଇଦିଏ ପାପ ରାଶି ଯାର
ଯମୁନା ପୋଛଇ ଲୁହ
ସାତ ସିନ୍ଧୁ ଯା'ର ଚରଣ ଚୁମନ୍ତି
ଢାଳନ୍ତି ଆଶିଷ ସ୍ନେହ
ମଥାରେ ଯାହାର ଶୋଭା ପାଉଥାଏ
ଗିରିରାଜ ହିମାଳୟ
ସକଳ ଦେବତା ପୂଜା ପାଉଥାନ୍ତି
ଯାହାର ବୁକୁ ପରେ
ସକଳ ଧର୍ମର ବାନା ଯହିଁ ଉଡେ
ବାନ୍ଧି ଏକତା ଡୋରେ
ହିନ୍ଦୁ, ମୁସଲିମ, ଶିଖ, ଖ୍ରୀଷ୍ଟିଆନ
ସାମ୍ୟର ଗୀତି ଗାଇ
ଛାତି ପରେ ଛାତି ମିଶାଇ କହନ୍ତି
ଆମେରେ ଭାଇ ଭାଇ
ଗାନ୍ଧୀ,ବାହାଦୂର, ଚାଚା ନେହେରୁ
ସ୍ୱାମୀ ବିବେକାନନ୍ଦ
ଭକ୍ତ ସାଲବେଗ , ପରମହଂସ
ନାନକ ,ଗୁରୁ ଗୋବିନ୍ଦ
କେତେକେତେ ମୁନି ମହା ମାନବ
ଏ ଦେଶ ମାଟିରେ ଉଭା
କେତେ ଗିରି, ବନ, ନଦୀ, କନ୍ଦର
ପାଏ ଯେଉଁଠାରେ ଶୋଭା
କାଶ୍ମୀର ଠାରୁ କନ୍ୟା କୁମାରୀ
ଶୋଭା ଯା'ର ଅସୁମାରୀ
ତ୍ରିରଙ୍ଗା ଯା'ର ମଥାରେ ଉଡେ
ଦେଖାଇ ଅତୀତ ଶିରି
ସେଇଦେଶେ ଆମେ ଜନମ ନେଇଛୁ
ନାଆଁଟି ଭାରତ ବର୍ଷ
ତାହାରି ଚରଣେ ବାଢ଼ୁଛୁ ପ୍ରଣତି
ରଖିବୁ ତାହାର ଯଶ
