STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଦେଖା ଦିଅ ଥରେ

ଦେଖା ଦିଅ ଥରେ

1 min
183

ମୋ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ

ଭୟରେ ହେଉ କି 

ଭକ୍ତିରେ ହେଉ

ମୋର ସତ୍ତା ତୁମ ପାଖେ ବନ୍ଦୀ

ଦେଖା ଦିଅ ଥରେ,

ପ୍ରମାଣ କର ତୁମ ଉପସ୍ଥିତି

ବ୍ୟାକୁଳ ମୁଁ

ତୁମ ପାଇଁ 

ମୋ ଭରସାର ମୂଲ୍ୟ ଅଛି କି ନାହିଁ

କୁହ ଥରେ ମାତ୍ର ଆସି

ସବୁ ଆତୁର ଡାକ 

ତୁମ କାନରେ ବାଜି ନିଷ୍ଫଳ ହୁଏନି ବୋଲି ??

ମୁଁ ପ୍ରାଣୀ ବୋଲି,

ତୁମକୁ ପ୍ରାଣ ଭରି ଭଲ ପାଏ

କେହି କାଇଁ ବିଶ୍ୱାସ କରିବ

ମୋ କଥା,

ତୁମେ ପରା ସବୁରି ଦେବତା

ମୋ ଅସରନ୍ତି ପଥ,

କଣ୍ଟକିତ ନା କୁସୁମିତ 

କହି ଦିଅ ଥରେ

ସତରେ କଣ ତୁମେ ଈଶ୍ୱର

ଦିଅ ଉତ୍ତର.....

ପାଇ ପାରିବି କି ତୁମକୁ

ସତ୍ତା ଶୂନ୍ୟ ହେବା ପୂର୍ବରୁ

ମୋ ଅଭିନୟର ଦୃଶ୍ୟପଟ୍ଟ ବଦଳିବା ପୂର୍ବରୁ

ମୋ ଜନ୍ମ ର ଅଭିପ୍ରାୟ 

କହି ଦିଅ ଥରେ ??

ଉଦବେଳିତ ହୁଏ ତୁମ ପାଇଁ

ତୁମେ ସ୍ରଷ୍ଟା ନା ସୃଷ୍ଟି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational