STORYMIRROR

Tapan Dixit

Inspirational

2  

Tapan Dixit

Inspirational

ଦେଖ ଶରତ ଆସିଛି ଫେରି

ଦେଖ ଶରତ ଆସିଛି ଫେରି

1 min
14.3K


ଦେଖ ଶରତ ଆସିଛି ଫେରି

ଶୀତ ଋତୁ ହସେ ମୁରୁକି ମୁରୁକି

ଆଢୁଆଳେ ଥାଇ କରି

ନଈ ପଠା ଗାଁ ଗୋହରୀ ବାଟରେ

କାଶତଣ୍ଡୀ କେରି କେରି

ସତେ ଅବା ଶ୍ୱେତ ଶାନ୍ତି ପତ୍ର ଧରି

ଡାକୁ ଅଛି ହାତ ଠାରି

ଦେଖ ଶରତ ଆସିଛି ଫେରି

ମା ଶାରଦାଙ୍କ ଆଗମନୀ ବାର୍ତ୍ତା

ମଳୟ ବୁଲୁଛି ଧରି

ନଗରରୁ ଦେଖ ପୁର ପଲ୍ଲୀ ଯାଏଁ

ଆନନ୍ଦେ ପକାନ୍ତି ହୁରି

ଖେତ ଖମାରରେ ସୁନାର ଫସଲ

ଚଷା ଭାଇ କରେ ନୂଆଖାଇ ଭେଟ

ଢ଼ୋଲ କରତାଳ ମାଦଳ ମୃଦଙ୍ଗ

ବଜାଇ ଶଙ୍ଖ ମହୁରୀ

ଦେଖ ଶରତ ଆସିଛି ଫେରି

ମନ ଜିଣା ତୁଳା ଭିଣା ଆକାଶରେ

ବାଦଲର ଭେଳା କରି

ମନେ ହୁଏ ସତେ ମା’ ଆସୁଛନ୍ତି

ପଣତେ କରୁଣା ଭରି

ଆସ ମିଶି ଆମେ ପ୍ରେମ ଝୁଲି ଧରି

କରିଯିବା ମାଧୁକରୀ

ଦେଖ ଶରତ ଆସିଛି ଫେରି ||

ତପନ ଦୀକ୍ଷିତ (ବେଳାଭୂମି) 24.8.2017

ମାଧୁକରୀ ( ବୈଷ୍ଣବ ମାନଙ୍କ ଭିକ୍ଷା )


Rate this content
Log in

Similar oriya poem from Inspirational