STORYMIRROR

Lokanath Rath

Inspirational

4  

Lokanath Rath

Inspirational

ଦେଖ ଖବର ରଖ ନଜର.....

ଦେଖ ଖବର ରଖ ନଜର.....

2 mins
186

ସବୁ ମାୟାରେ ବାୟା ପରି ଲାଗେ, 

ଲୁଚି ଲୁଚି କେହି ଖେଳ କରି ଚାଲେ. 

ଖାଲି ଖୋଜେ ସତେ କିଛି ବେଳ ଓ କାଳ, 

ତେବେ ଚାଲାକିରେ ଖେଳିବ ତା ଖେଳ. 

ଦେବା ନେବା ଯେତେ ସବୁ କେହି କରେ ନାହିଁ, 

ସେ ତ ସବୁ ବିଧାତା ରଚୁଛି, ଜାଣିବା ବା କାହିଁ. 

ମୁଁ, ମୋର ଓ ଆମର ସବୁ ଅଟେ ମାୟାର ଖିଅ, 

କିନ୍ତୁ ମନୁଷ୍ୟର ଏ ସତ୍ୟ ପ୍ରତି ନଥାଏ ଭୟ. 

ଦୟା, ଧର୍ମ ଓ ସାହାଯ୍ୟ ଅଟେ କର୍ମର ଏକ ଅଂଶ, 

ଡିଣ୍ଡୁରା ପିଟି ପ୍ରଚାର କଲେ ସବୁ ଧର୍ମ ହୁଏ ନାଶ. 

କେହି କେହି ନିଅନ୍ତି ସାହାରା ସ୍ୱାର୍ଥ ପାଇଁ ଏହାର, 

ସତର୍କ ହୋଇ "ଦେଖ ଖବର ରଖ ନଜର."


ଶାସ୍ତ୍ର କହେ ସଦା ଗୁଣିଜନଙ୍କ କର ହେ ଆଦର, 

ଦୁର୍ଗୁଣକୁ ପରଖି ବେଳହୁଁ ତା ଠାରୁ ହୁଅ ତୁମେ ଦୂର. 

ସବୁ ତ ସେ ବିଧାତାର ସୃଷ୍ଟି, ସେ ରଚୁଛି ଖେଳ, 

ପରଖି ଚାଲିଛି ସେ ସଦା ସଭିଙ୍କର ମନୋବଳ. 

ଲୋଭ ମୋହ ଗର୍ବ ଅହଂକାର ଯେ କରେ ତ୍ୟାଗ, 

ଜୀବନ ଯାତ୍ରାରେ ନ ଥାଏ କେବେ ଭୟ ଓ ଉଦବେଗ. 

ଯଦି କେବେ କର କେବେ କାହାକୁ କିଛି ସାହାଯ୍ୟ, 

ତୁମେ ନୁହେଁ, ଏହା ସତ୍ୟ ଏ ବିଧାତା କରିଛି ଧାର୍ଯ୍ୟ. 

ସେଥିପାଇଁ ଏ ହୀନ ପ୍ରଚାରରୁ କର ନିଜକୁ ନିବୃତ, 

ମିଥ୍ୟା ଓ ଅଧର୍ମର ଏ ତ ଅଟେ ବିଷାକ୍ତ ସୁନ୍ଦର ପଥ. 

ମୁକ ସାଜି ଅନ୍ୟାୟ ଅନୀତିକୁ ନ କର ନିଜର, 

ଜାଗି ଉଠ ଏବେ,, "ଦେଖ ଖବର ରଖ ନଜର. "


ଆଜି ଏହି ଦୁନିଆରେ ଅଧର୍ମୀ କରେ ମିଥ୍ୟା ପ୍ରଚାର, 

ଶୁଣାଏ ସେ ସୃଷ୍ଟି କରି ମିଠା ମିଠା ସମାଚାର. 

ଭାବେ ନିଜକୁ ସେ ସର୍ବଜ୍ଞାନୀ ଓ ଶ୍ରେଷ୍ଠ ବୁଦ୍ଧିମାନ, 

କରଇ ସେ ନାଟକ ଦେଖଇ ମିଥ୍ୟା ସ୍ୱାଭିମାନ. 

ନାହିଁ ତାର କିଛି ଦୋଷ,ଏ ତ ତାର ଅଟଇ ସ୍ଵଭାଵ, 

ଅତୀତର ସବୁ ସ୍ମୃତି ଏବେ କେମିତି ବା ଲିଭିଯିବ?

ବହୁ ଚେଷ୍ଟା କରେ ଦେଖଇ ନିଜର କୁତ୍ରିମ ସ୍ଵଭାଵ, 

ସଭିଙ୍କର ଏ ଦୁନିଆରେ ମନ ଓ ହୃଦୟ କିଣିବ. 

ବୁଝେନା ସେ ତାର ଏହି ଦର୍ପ ଓ ଗର୍ବ ଅଟେ କ୍ଷଣସ୍ଥାୟୀ, 

ହୁଏ ଖାଲି ନିଜକୁ ପ୍ରତିଷ୍ଠିତ କରିବାରେ ଆଶାୟୀ. 

ଏବେ ବି ସମୟ ଅଛି ତାଙ୍କ ଠାରୁ ରହିବାକୁ ଦୂର, 

ନିଦ୍ରା ତେଜ ସଭି, "ଦେଖ ଖବର ରଖ ନଜର. "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational