STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ଦେହକୁ ହିତ

ଦେହକୁ ହିତ

1 min
11.7K


ଅତ୍ୟଧିକ ତେଲ ମସଲାର ଖାଦ୍ୟ

ଖାଅନି ବସି ନିଜ ଆଳୟେ

ନ ହେଲେ ତୁମେ ତ ନିଶ୍ଚେ ଭେଟିଯିବ

ଜନ୍ତୁପତିଙ୍କୁ ଚିକିତ୍ସାଳୟେ ।।୧।।

ଅତ୍ୟଧିକ ଲୁଣ ଲଙ୍କାଗୁଣ୍ଡ ତୁଣ

ନ ଖାଇବା ଦେହପକ୍ଷେ ହିତ

ଉତ୍ତର ବୟସେ ଖାଇବା ଜରୁରୀ

ଶାକାହାରୀ ସନ୍ତୁଳା ଓ ଭାତ ।।୨।।

ଯଥା ସମୟରେ ଖାଦ୍ୟ ଖାଉଥିବ

ତା ସହ ଯୋଗାଭ୍ୟାସ କର

ଯଦି କିଛି ରୋଗ ଲକ୍ଷଣ ଦେଖିଲେ

କରିବ ଘରୋଇ ଉପଚାର ।।୩।।

ନିୟମିତ ପୁଷ୍ଟିକର ଖାଦ୍ୟ ଖାଅ

ରୋଗାକ୍ରାନ୍ତ କେବେ ହେବନାହିଁ

ଦୀର୍ଘଜୀବୀ ହେବ ଆରୋଗ୍ୟ ରହିବ

ଶକ୍ତିଶାଳୀ ହୋଇ ଥିବରହି ।।୪।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational