STORYMIRROR

କଳ୍ପନା ରାୟ

Inspirational

3  

କଳ୍ପନା ରାୟ

Inspirational

ଦେହାତୀତ ପ୍ରେମ

ଦେହାତୀତ ପ୍ରେମ

1 min
263


ରାଧିକାଙ୍କ ପ୍ରେମ ଦେହାତୀତ

ଦେହରୁ ମନକୁ ଆଚ୍ଛନ୍ନ କରି 

ରଖିଥିଲା ଜୀବନ ସାରା

କୃଷ୍ଣ ଆଉ ଫେରି ନ ଥିଲେ ବି

ନା ଥିଲା ଭୋଗର ଲାଳସା

ନା ନାମ,ଧନ,ଯଶର ଇଛା


ଶବରୀର ପ୍ରେମ ବି ଦେହାତୀତ

କାହିଁ କେଉଁ ଦିନରୁ ସମସ୍ତଙ୍କୁ

ଛାଡି ସଜାଉଥିଲା ରାମଙ୍କ

ଆସିବା ବାଟକୂ, ନ ଥିଲା ଇଛା

କିଛି ପାଇବାର, ହଁ, ଥିଲା ଇଛା

ରାମଙ୍କୁ ଥରେ ଆଖିପୁରେଇ

ଦେଖିବ, ଫଳ ଖୁଆଇବ


କୃଷ୍ଣା ଆଉ କୃଷ୍ଣ, ଦୁହେଁ ଏକ ଅଭିନ୍ନ

ଦେହ ଦୁଇ, ଆତ୍ମା କାର୍ଯ୍ୟ ଏକ

ଧର୍ମର ଧ୍ଵଜା ଉଡାଇଲେ ଜଣେ

ଅନ୍ୟ ଜଣକୁ ଗୋଟି କରି 

ଥିଲା ଦେହାତୀତ ପ୍ରେମ

ପ୍ରତୀକ୍ଷା ହୁଏତ ଯୁଗ ଯୁଗର


କବି ପାଇଁ କଵିତା ଏକ ପ୍ରେମ

କବିତା ପାଇଁ ସମୟ କାଢେ

ଲୀନ ହୁଏ ତା ସମ୍ମୋହନୀ ଶକ୍ତିରେ

କେବେ ରୂପସୀ ତ କେବେ

ଶରତ ଆକାଶର ଜହ୍ନ 

କେବେ ଅଭିମାନିନୀର ଅଭିମାନ


ନାରୀକୁ ନେଇ ଅନେକ କବିତା

ନାଟକ, ଆଲୋଚନା, ସମାଲୋଚନା

ଦେହ ମନ ଚେତନାର ନିବିଡତା

ମାନ ଅଭିମାନରେ ସ୍ଵତନ୍ତ୍ରତା

ଦେହାତୀତ ସମ୍ପର୍କ ଜିଣେ ପ୍ରାଣଶକ୍ତି

ଯେମିତି ମାଣିକ ଗଉଡୁଣୀ ସହ ଜଗନ୍ନାଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Inspirational