STORYMIRROR

KRUTIBAS NAYAK

Romance

3  

KRUTIBAS NAYAK

Romance

ଦେହ

ଦେହ

1 min
163


ଦେହରେ ତୁମର କୋଟିଏ ଫଗୁଣ, ଫୁଟିଛି ଅନେକ ଫୁଲ,

ଦୁଇଟି ଆଖିରେ ଭରିଛି କୁହୁକ ପ୍ରଜାପତି ମାଳମାଳ । (ଘୋଷା)


ଓଠ ପାଖୁଡ଼ାରୁ ଛୁଟୁଛି ମହକ ଝରିପଡ଼େ ହୀରା-ମୋତି,

ରୂପ ବଗିଚାର ସ୍ୱର୍ଗ ଅପସରି ବଢାଏ ଛାତିର ତାତି ।

କବରୀରେ ତୁମ ଦେଖୁଛି କେବଳ ମେଘ ବିଜୁଳିର ଖେଳ ।

ଦେହରେ ତୁମର କୋଟିଏ ଫଗୁଣ, ଫୁଟିଛି ଅନେକ ଫୁଲ,

ଦୁଇଟି ଆଖିରେ ଭରିଛି କୁହୁକ ପ୍ରଜାପତି ମାଳମାଳ । (1)


ସାତରଙ୍ଗ ଧରି ଆସି ଇନ୍ଦ୍ରଧନୁ ଓହ୍ଳାଇଛି ତୁମ ପାଶେ,

ଆକାଶର ଜହ୍ନ ତାରାମେଳେ ବସି ସେ ରୁପକୁ ଦେଖି ହସେ ।

ରୂପସୀ କିଶୋରୀ ରୂପ ସେହିପରି ରହିଥାଉ ଚିରକାଳ ।

ଦେହରେ ତୁମର କୋଟିଏ ଫଗୁଣ, ଫୁଟିଛି ଅନେକ ଫୁଲ,

ଦୁଇଟି ଆଖିରେ ଭରିଛି କୁହୁକ ପ୍ରଜାପତି ମାଳମାଳ । (2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance