STORYMIRROR

Ranjan Kumar Brahma

Inspirational

3  

Ranjan Kumar Brahma

Inspirational

ଦେବତା ସେ ଅଚିହ୍ନା ମଣିଷଟି

ଦେବତା ସେ ଅଚିହ୍ନା ମଣିଷଟି

1 min
337


ବିଚିତ୍ର ଏ ସୃଷ୍ଟି ।

ଯାହାକୁ ଆମେ କେବେ ଦେଖିନାହୁଁ

ଦେଖି ଵି ପରିବାନି

ତାକୁ ପୂଜା କରୁ ଦେବତା ବୋଲି ।


କିଏ ସେ ,

କିପରି ହୋଇଥିବେ ,

କୋଉଠି ତାଙ୍କ ବାସ ସ୍ଥାନ ?

ଚାଲ ତାଙ୍କୁ ଚିହ୍ନିବା ।


ଯିଏ ଆମର ଅପରିଚିତ

ତଥାପି ଆମକୁ

ଆମ ଆବଶ୍ୟକ ସମୟରେ

ଉପସ୍ଥିତ ରହି ସହାୟ ହେଲେ ।


ହସ ଖୁସି ଶାନ୍ତି ପ୍ରଦାନ କାଲେ ।

ପ୍ରଦାନ କଲେ ,

ଜୀବନରେ ନୁଆ ଜୀବନ ।

ଭରିଦେଲ ହୃଦୟରେ ଭାତୃଭାଵ

ବଂଚାଇ ରଖିଲେ

ନିଜପାଇଁ ପରି ସଭିଙ୍କ ପାଇଁ ।

ଆମ ପାଖର

ଜଳ ବାୟୁ ମାଟି ବୃକ୍ଷ

ପଶୁ ପକ୍ଷୀ ପରି ସମସ୍ତ ଉପାଦାନ ।


ନିଜ ଲୋକ ସବୁ ଜାଣି ଚୁପ୍ ରହିଲେ

ତାଆ ଠୁ ବଳି ମନ୍ଦ ଲୋକ କେହି ନାହିଁ ।

ଅପରିଚିତଟେ

ଆମ ସହଯୋଗୀ ସାଜିଲେ

ଦେବତା ସଦୃଶ ହୃଦୟରେ ସ୍ଥାନ ପାଇ ।


Rate this content
Log in

Similar oriya poem from Inspirational