STORYMIRROR

Ram Prasad Bisoi

Inspirational Others

3  

Ram Prasad Bisoi

Inspirational Others

ଦେବସେନା-୫୮

ଦେବସେନା-୫୮

1 min
13.5K


ମତେବଞ୍ଚିବାକୁ ଦିଅ


ମାତୃ ଗର୍ଭରେ ଥିଦା ମାଂସ ପିଣ୍ଡୁଳାଟିର କାନ୍ଦ

କେବେ ଶୁଣିଛ,

କିଏ କହ ! ସେ----------,

ତା ମାଁକୁ ଥରେ ପଚାରି ଦେଖ,

ଅବାନ୍ତରେ କର କାହିଁକି ?

ତା ହତ୍ୟା,

ଭାବି ତାକୁ କନ୍ୟାଭ୍ରୃଣ,

କେତେବେଳେ

ସେ ସକାଳର ହସ,ଖରା ବେଳର ଭୋକ,

ସନ୍ଧ୍ୟା ଆକାଶର ଝିଲିମିଲି ତାରା,

ରାତିର ରଜନୀଗନ୍ଧା,

ବୟସ ଅତିକ୍ରାନ୍ତେ

ବୃଦ୍ଦା ମା’

ତା ପୀୟୂଷର

ତୋ ରକ୍ତର ସୃଷ୍ଟି

ସ୍ନେହ,ପ୍ରୀତି,ମାତୃତ୍ଵ,ବାସ୍ତଲ୍ୟତା ସେବା

ତା ଆଭୁଷଣ,ହେ ଅମଣିଷ,

ହତ୍ୟା ତାରି ଅକାରଣେ

କି ଅବା ଅଛି, ଯଥାର୍ଥତା

ପ୍ରକୃତି ସେ,

ସୃଷ୍ଟି ସର୍ଜନା କି ? ଅବା ସମ୍ଭବ ତା ବିନା ,

ଶୁଣ ତ ଥରେ;

ଏବେ ବି କେଉଁଠି,

କେଉଁ ଅନ୍ଧାରି ଘରର ଆକ୍ରୋଶ କୋଣ,ଅନୁକୋଣେ

ମାଂସ ପିଣ୍ଡୁଳାଟି କାନ୍ଦି କହୁଛି,

ମତେ ବଞ୍ଚିବାକୁ ଦିଅ,

ମତେ ବଞ୍ଚିବାକୁ ଦିଅ,

ଦେବସେନା

ଯୋଗମାୟା

କଂସ---------------!

କାଶ୍ୟପ,ରାମ ବିଷୋଇ,

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational