Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational Others

4.5  

Pranati Panda

Inspirational Others

ଦେବୀ

ଦେବୀ

1 min
505


ମା ସିଂହବାହିନୀ ମହିଷାମର୍ଦ୍ଦିନୀ

   ଆସ ମାଗୋ ଅବତରି ,

ଜଗତକୁ ଆସ  ସଭିଙ୍କ ବିଶ୍ୱାସ

   ଜନନୀ ପରା ଆମରି ।


ଶରତ ଶୋଭାରେ ମଣ୍ଡିତ ବେଦୀରେ

    ଶାରଦୀୟ ବାର୍ତ୍ତା ନେଇ ,

ଭୂମାରୁ ଭୂମିକୁ   ଆସିଛ ଓହ୍ଲାଇ

     ଦୟାମୟୀ କୃପା ବହି ।

     

ହସିଉଠୁ ଧରା ଆଗମନେ ପରା

   ସ୍ବାଗତ କରେ ଶେଫାଳୀ ,

କାଶତଣ୍ଡୀ ମଧ୍ୟ ଚାମର ହଲେଇ 

   ଲଗାଇଛି ସେ ଗହଳି ।


ମଣିଷ ଅସୁର   ଭୁତାଣୁର ଜ୍ଵର

   ଦେଖଗୋ ମାତା ଭବାନୀ ,

ଆସିଛ ମର୍ତ୍ତ୍ୟକୁ ଫେଡିବ ଦୁଃଖକୁ 

   ହସିଉଠୁ ଏ ଅବନୀ ।


ବିଷମ ସ୍ଥିତିରେ  ଦିନ ଆଜି ସରେ

    ଦୁଃଖ ଫେଡ଼ କରି ଦୟା ,

ତୁମେ କୃପାମୟୀ  ପଦ୍ମପୟେ ଧ୍ୟାୟୀ

    ଉଦ୍ଧାର କର ଅଭୟା ।


ଅରକ୍ଷ ରକ୍ଷଣୀ ଦେବୀ ମା ଜନନୀ

    ତୁମେ ମାତା ମହାମାୟା ,

ସୃଷ୍ଟିର ମାୟାକୁ   ନିଶ୍ଚେ ହରିବାକୁ 

    ଉଭା ହୁଅ ଯୋଗମାୟା ।


ସର୍ବ ଈଶ୍ବରଙ୍କ ଇଶ୍ୱରୀ ବୋଲାଉ

    ଦେବୀ ପରମ ଇଶ୍ଵରୀ ,

ଉଠ ମାଗୋ ଉଠ କରନାହିଁ ମଠ 

    ମହାଶକ୍ତି ମାହେଶ୍ୱରୀ ।


ଦୁର୍ଗା ଭଗବତୀ ମାଗୋ ଆଦିଶକ୍ତି

     ଅମ୍ବା ବାରେ କୃପା କରି ,

 ମାଗୋ ମହାଗୌରୀ କରୁଛି ଗୁହାରି

    ଦୁଃଖ ହର ମା' ସବୁରି ।


Rate this content
Log in

Similar oriya poem from Inspirational